Author: TRUPTIMAYEE SAHOO

ଟି-୨୦ ବିଶ୍ୱକପ୍ ସୁପର-୮ର ଏକ ମହତ୍ତ୍ୱପୂର୍ଣ୍ଣ ମ୍ୟାଚରେ ନ୍ୟୁଜିଲାଣ୍ଡ ଶ୍ରୀଲଙ୍କାକୁ ୬୧ ରନରେ ହରାଇ ବିଜୟୀ ହୋଇଛି । କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ଖେଳ ଏବଂ ଯୁବା ଖେଳାଳିଙ୍କର ଦକ୍ଷତା ପ୍ରଶଂସାଯୋଗ୍ୟ ଥିଲା। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି କିୱି ଦଳ ୧୬୮ ରନ୍ ତିଆରି କରିଥିଲା। ପରେ ଶ୍ରୀଲଙ୍କା ୧୦୭ ରନ୍ କରି ପରାଜୟ ଗ୍ରହଣ କରିଥିଲା। ଏହି ମ୍ୟାଚରେ ନ୍ୟୁଜିଲାଣ୍ଡର ଗ୍ଲେନ ଫିଲିପ୍ସ ଖେଳରେ ଏମିତି କିଛି କାର୍ଯ୍ୟ କରିଥିଲେ, ଯାହା ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଭାଇରଲ୍ ହୋଇଛି। ଖେଳରେ ଫିଲିପ୍ସ ନାଗିନ ଡ୍ୟାନ୍ସ କରି ଶ୍ରୀଲଙ୍କା ଫ୍ୟାନ୍ସଙ୍କୁ ଚିଡାଇଥିଲେ, ଯାହା ଦର୍ଶକଙ୍କ ମଧ୍ୟରେ ଆନନ୍ଦ ଏବଂ ହାସ୍ୟର ସୃଷ୍ଟି କରିଥିଲା। ଶ୍ରୀଲଙ୍କା ୧୫ ଓଭର୍ ପର୍ଯ୍ୟନ୍ତ ବ୍ୟାଟିଂ କରୁଥିବାବେଳେ, ମିଚେଲ ସେଣ୍ଟନର ଓଭରର ଶେଷ ବଲରେ ଶ୍ରୀଲଙ୍କା ଖେଳାଳି ମେଣ୍ଡିସଙ୍କ ଦ୍ୱାରା କ୍ୟାଚ୍ ଧରାଯାଇ ଆଉଟ୍ ହେଲେ। ଏହା ପରେ…

Read More