Author: TRUPTIMAYEE SAHOO

ରାଜନୀତିରେ ପ୍ରତିଶୋଧ କେବଳ ଭାବନା ନୁହେଁ, ଏହା ଶକ୍ତିର ଏକ ରଣନୀତି । ବ୍ୟକ୍ତିଗତ ଅପମାନ, ଅବହେଳା କିମ୍ବା ଅଧିକାର ହରାଇବାର ଅନୁଭୂତି ଯେତେବେଳେ ରାଜନୈତିକ ସ୍ତରକୁ ପହଞ୍ଚେ, ସେତେବେଳେ ଏହା ଦଳ, ସରକାର ଓ ପ୍ରତିଷ୍ଠାନର ଆନ୍ତରିକ ସମନ୍ୱୟକୁ ଭାଙ୍ଗି ଦେଇପାରେ । ଭାରତୀୟ ଗଣତନ୍ତ୍ରର ତିନିଟି ମୂଳ ସ୍ତମ୍ଭ- ବିଧାୟିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ମଧ୍ୟରେ ସମତା ରହିବା ଏକ ସୁସ୍ଥ ଗଣତନ୍ତ୍ରର ପ୍ରତୀକ। କିନ୍ତୁ ସମ୍ପ୍ରତି ଯେପରି ବିବାଦ ଦେଶରେ ଦେଖାଯାଉଛି, ସେଥିରେ ଏହି ସମତା ଉପରେ ଗଭୀର ପ୍ରଶ୍ନ ଉଠିଛି । କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରାଳୟ, ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି), ଏନସିଇଆରଟି ଓ ସୁପ୍ରିମକୋର୍ଟ ମଧ୍ୟରେ ଘଟୁଥିବା ଘଟଣାମାଳା କେବଳ ପ୍ରଶାସନିକ ନୁହେଁ-ଏହା ଏକ ବଡ଼ ରାଜନୈତିକ ସଙ୍କେତ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ-ଏହା କେବଳ ନୀତିଗତ ସଂଶୋଧନ ନା ପ୍ରତିଶୋଧର ରାଜନୀତି ?  ଅପମାନର ରାଜନୀତି—ନେତୃତ୍ୱ ମଧ୍ୟରେ ଦୂରତ୍ୱର ଆରମ୍ଭ?…

Read More