Author: TRUPTIMAYEE SAHOO

ବିଜେଡିର ମନୋନୀତ ଡାକ୍ତର ହୋତାଙ୍କୁ ନେଇ କଂଗ୍ରେସର ‘ବିଭକ୍ତ’ ଗୃହ | ଦଳୀୟ ଗୁରୁତ୍ୱପୂର୍ଣ୍ଣ ବୈଠକରୁ ବାଦ ପଡିଲେ ଦୁଇ ବରିଷ୍ଠ ବିଧାୟକ | କଟକ-ବାରବାଟୀ ଏବଂ ସାନଖେମୁଣ୍ଡିର ଦଳୀୟ ବିଧାୟକ ସୋଫିଆ ଫିରଦୌସ୍ ଏବଂ ରମେଶ ଚନ୍ଦ୍ର ଜେନା ବୈଠକରେ ଦେଲେନାହିଁ ଯୋଗ | ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ରାଜ୍ୟସଭା ପାଇଁ ବିଜେଡିର ସାଧାରଣ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ସମର୍ଥନ ଦେଇଥିଲେ ମଧ୍ୟ, ମାର୍ଚ୍ଚ ୧୬ରେ ହେବାକୁ ଥିବା ନିର୍ବାଚନ ସମୟରେ ଦଳ ପାଇଁ ପଥ ସୁଗମ ନହୋଇପାରେ ବୋଲି ଆଶଙ୍କା ରଖିଛନ୍ତି । ନିର୍ବାଚନ ପାଇଁ ରଣନୀତି ଆଲୋଚନା ବାବଦକୁ ଡକାଯାଇଥିଲା ଦଳୀୟ ବିଧାୟକ ବୈଠକ | ଯେଉଁଥିରେ ଦଳର ୧୪ ବିଧାୟକଙ୍କ ମଧ୍ୟରୁ ଦୁଇଜଣ ଅନୁପସ୍ଥିତ ରହିବା ସହିତ ସୋମବାର ଏହି ପ୍ରସଙ୍ଗରେ ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱର ପ୍ରଥମ ସୂଚନା ସାମ୍ନାକୁ ଆସିଥିଲା | କଂଗ୍ରେସ ବିଧାୟକ ଦଳ (ସିଏଲପି) ନେତା ରାମଚନ୍ଦ୍ର…

Read More