Author: Ayesha Debnath

Modi: ଭାରତରେ ସୋମବାର ପହଂଚିଛନ୍ତି ଆମେରିକା ଉପ ରାଷ୍ଟ୍ରପତି ଜେ ଡି ଭାନ୍ସ । ସାଙ୍ଗରେ ଅଛନ୍ତି ପୁରା ପରିବାର । ପତ୍ନୀ ଉଷା ଓ ତିନି ସନ୍ତାନ । ଭାନ୍ସଙ୍କ ସନ୍ତାନଙ୍କ ଭାରତୀୟ ପୋଷାକରେ ଚିତ୍ରକୁ ଦେଖୁଛି ପୁରା ଦେଶ ଦିଲ୍ଲୀ ସ୍ଥିତ ଅକ୍ଷରଧାମ ମନ୍ଦିରକୁ ଯାଇ ଭାନ୍ସ ପରିବାର ଭାରତୀୟଙ୍କ ହୃଦୟ ଜିତିଛନ୍ତି । ଏହାରି ଭିତରେ ଆମେରିକୀୟ ଉପରାଷ୍ଟ୍ରପତି ଜେଡି ଭାନ୍ସ ତାଙ୍କ ପରିବାର ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ଏହି ସାକ୍ଷାତ ଥିଲା ପାରିବାରିକ ଓ ଆତ୍ମୀୟତାପୂର୍ଣ୍ଣ। ସାକ୍ଷାତକାର ବେଳେ ମୋଦୀ ଜେଡି ଭାନ୍ସଙ୍କ ତିନି ପିଲାଙ୍କୁ ସ୍ନେହ କରିବା ସହିତ ସେମାନଙ୍କ ସହିତ ଥଟ୍ଟା ମଜା କରିଥିଲେ । ଏହା ସହ ପ୍ରଧାନମନ୍ତ୍ରୀ ମୋଦି ସେମାନଙ୍କୁ ଉପହାର ଭାବେ ମୟୁର ଚୁଳ ପ୍ରଦାନ କରିଥିଲେ । ଭାରତୀୟ ପରମ୍ପରାରେ ମୟୂର ଚୁଳ ସମୃଦ୍ଧି, ସୌନ୍ଦର୍ଯ୍ୟ ଓ ଶାନ୍ତିର ପ୍ରତୀକ । ମୟୂର ଚୁଳ…

Read More