Author: Ayesha Debnath

Oscar 2025: ମାସକ ମଧ୍ୟରେ ଫିଲ୍ମ ‘କଙ୍ଗୁୱା’ ପ୍ରେକ୍ଷାଳୟରୁ ଓଟିଟି ପ୍ଲାଟଫର୍ମକୁ ଚାଲିଯାଇଥିଲା। ଯେଉଁଠାରେ ଫିଲ୍ମକୁ ଭଲ ରେସପନ୍ସ ମିଳିଥିଲା । ୩୦୦-୩୫୦ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମ ସବୁଠାରୁ ଦାମୀ ଭାରତୀୟ ଫିଲ୍ମ ମଧ୍ୟରୁ ଅନ୍ୟତମ ଥିଲା, କିନ୍ତୁ ଟିକେଟ ୱିଣ୍ଡୋରେ ଏହା ମାତ୍ର ୧୦୬ କୋଟି ଟଙ୍କା ରୋଜଗାର କରିଥିଲା, ଯାହା କି ଫିଲ୍ମର ବଜେଟର ଏକ ତୃତୀୟାଂଶ ଥିଲା । ୨୦୨୪ମସିହାରେ ପ୍ରଶଂସକମାନେ ଫିଲ୍ମ ‘କଙ୍ଗୁୱା’କୁ ଯେତିକି ଉତ୍ସାହର ସହ ଅପେକ୍ଷା କରିଥିଲେ, ସେତିକି ଦ୍ରୁତ ଗତିରେ ପ୍ରେକ୍ଷାଳୟରୁ ଓହ୍ଲାଇଥିଲେ। ଆନିମଲ ଫିଲ୍ମରେ ମୁକ ଖଳନାୟକ ପାଲଟିଥିବା ବବି ଦେଓଲଙ୍କ ଠାରୁ କଙ୍ଗୁୱାରେ ବହୁତ ଆଶା ଥିଲା, କିନ୍ତୁ ସବୁ କିଛି ଧୂଳିସାତ ହୋଇଯାଇଥିଲା । ଫିଲ୍ମଟି ବକ୍ସ ଅଫିସରେ ବହୁତ ହିଁ ଖରାପ ଭାବରେ ଫେଲ ମାରିଥିଲା। କିନ୍ତୁ ଏବେ ଫିଲ୍ମକୁ ନେଇ ଏକ ଖୁସି ଖବର ଆସିଛି । ଏତେ ସମାଲୋଚନା…

Read More