Author: Ayesha Debnath

Shamba Dashami: ଆଜି ଶାମ୍ବ ଦଶମୀ । ପ୍ରତିବର୍ଷ ପୌଷ ଶୁକ୍ଳ ଦଶମୀ ତିଥିରେ ପାଳନ କରାଯାଇଥାଏ ଶାମ୍ବ ଦଶମୀ। ଚଳିତ ବର୍ଷ ଶାମ୍ବ ଦଶମୀ ଜାନୁୟାରୀ ୯ ତାରିଖରେ ପାଳନ କରାଯାଉଛି । ମୁଖ୍ୟତଃ ଏହି ପୂଜା ସୂର୍ଯ୍ୟ ଦେବତାଙ୍କୁ ସମର୍ପିତ କରାଯାଇଥାଏ। ଶାମ୍ବଦଶମୀ ହେଉଛି ସୂର୍ଯ୍ୟ ପୂଜାର ପର୍ବ, ଯେପରି କୁମାରପୂର୍ଣ୍ଣମୀ ଚନ୍ଦ୍ରପୂଜା ପର୍ବ। ବର୍ଷର ବାରମାସ ଯାକ ଭିନ୍ନଭିନ୍ନ ପର୍ବପର୍ବାଣି ପାଳିତ ହେଉଥିଲେ ମଧ୍ୟ ମୁଖ୍ୟତଃ ଶ୍ରାବଣ ଅମାବାସ୍ୟା ଚିତାଲାଗିଠାରୁ ପୌଷ ଶୁକ୍ଳ ଦଶମୀ ଶାମ୍ବଦଶମୀ ମଧ୍ୟରେ ଅଧିକାଂଶ ପର୍ବପାଳିତ ହୋଇଥାଏ । ତେବେ ଶାମ୍ବଦଶମୀକୁ ଚାନ୍ଦ୍ରମାନ ବର୍ଷର ଶେଷ ପର୍ବ କହିବାର ତାତ୍ପର୍ଯ୍ୟ ହେଉଛି ଏହାପରେ ଚିତାଲାଗି ଅମାବାସ୍ୟା ପର୍ଯ୍ୟନ୍ତ ପ୍ରାୟ ଛଅମାସ ଯାଏଁ ଏତେ ପିଠାପଣାର ପର୍ବ ପଡ଼େନାହିଁ । ଅନ୍ୟ ପର୍ବପର୍ବାଣିରେ ପିଠାପଣାର ଆସର ଜମୁଥିବା ବେଳେ ଶାମ୍ବଦଶମୀରେ ପିଠାପଣା ସହିତ ଘରେ ଆଉ ଏକ ଭିନ୍ନ ଏବଂ ସ୍ୱାଦିଷ୍ଟ ତରକାରୀ ହୋଇଥାଏ…

Read More