Author: Ayesha Debnath

supreme court: ଝାଡ଼ଖଣ୍ଡର ଗୋଡ୍ଡାର ବିଜେପି ସାଂସଦ ନିଶିକାନ୍ତ ଦୁବେ ସୁପ୍ରିମ କୋର୍ଟ ଓ ପ୍ରଧାନ ବିଚାରପତି ସଂଜୀବ ଖନ୍ନାଙ୍କ ବିରୁଦ୍ଧରେ ବିବାଦୀୟ ବୟାନ ଦେଇ ରାଜନୈତିକ ଝଡ଼ ସୃଷ୍ଟି କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ସୁପ୍ରିମ କୋର୍ଟ ନିଜର ସୀମା ଅତିକ୍ରମ କରି ଦେଶରେ ‘ଗୃଗ ଯୁଦ୍ଧକୁ ଉସାକାଉଛନ୍ତି । ତାଙ୍କର ଏହି ବୟାନଠାରୁ ବିଜେପି ନିଜକୁ ଅଲଗା କରିନେଇଛି । ଏହାବାଦ ମଧ୍ୟ ନିଶିକାନ୍ତ ନିଜ ବୟାନ ଉପରେ କାୟମ ଅଛନ୍ତି । ଏହା ଭିତରେ ସୋମବାର ଦିନ ସେ ସୋସିଆଲ ମିଡିଆରେ ଏକ ଚମକପ୍ରଦ ଦାବି କରିଛନ୍ତି । ତାଙ୍କ ଅନୁସାରେ ୧୯୬୦ ଦଶକରେ ଭାରତର ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଏମିତି ଜଣେ ବ୍ୟକ୍ତି ଥିଲେ ଯିଏ ଔପଚାରିକ ଭାବେ ଆଇନ ପାଠ ପଢିନଥଇଲେ। ସେ ନିଜ ପୋଷ୍ଟରେ ଲେଖିଛନ୍ତି ଯେ,‘କ’ଣ ଆପଣ ଜାଣନ୍ତି କି ଯେ, ୧୯୬୭-୬୮ରେ ଭାରତର ପ୍ରଧାନ ବିଚାରପତି କୈଲାଶନାଥ ବାଂଚୁ ଆଇନର…

Read More