Author: Ayesha Debnath

Divorce: ଭାରତୀୟ କ୍ରିକେଟ୍ ଦଳର ସ୍ପିନର ୟୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମାଙ୍କୁ ଗୁରୁବାର ମୁମ୍ବାଇ ଫ୍ୟାମିଲି କୋର୍ଟ ଛାଡ଼ପତ୍ର ଆଦେଶ ଦେଇଛନ୍ତି। ଚହଲଙ୍କ ଓକିଲ ନୀତିନ କୁମାର ଗୁପ୍ତା କୋର୍ଟ ବାହାରେ ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇଛନ୍ତି। କୋର୍ଟ ଛାଡ଼ପତ୍ରର ନିର୍ଦ୍ଦେଶକୁ ମଞ୍ଜୁର କରିଛନ୍ତି। କୋର୍ଟ ଉଭୟ ପକ୍ଷର ମିଳିତ ଆବେଦନକୁ ଗ୍ରହଣ କରିଛନ୍ତି। ସେମାନେ ଆଉ ସ୍ୱାମୀ-ସ୍ତ୍ରୀ ନୁହଁନ୍ତି ବୋଲି ଆଇନଜୀବୀ ନୀତିନ ଏକ ଭିଡିଓରେ କହିଛନ୍ତି। ଚହଲ ଏବଂ ବର୍ମା ଡିସେମ୍ବର ୨୦୨୦ରେ ବିବାହ କରିଥିଲେ । ସେମାନଙ୍କ ଆବେଦନ ଅନୁଯାୟୀ, ୨୦୨୨ ଜୁନ୍ ମାସରେ ସେମାନେ ଅଲଗା ହୋଇଯାଇଥିଲେ। ଗତ ଫେବ୍ରୁଆରି ୫ ତାରିଖରେ ସେମାନେ ପାରସ୍ପରିକ ସହମତିରେ ଛାଡ଼ପତ୍ର ପାଇଁ ପାରିବାରିକ ଅଦାଲତରେ ମିଳିତ ପିଟିସନ୍ ଦାଖଲ କରିଥିଲେ। ଆଗାମୀ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଥିବାରୁ ଚହଲ ପରବର୍ତ୍ତୀ ସମୟରେ ଉପଲବ୍ଧ ହେବେ ନାହିଁ ବୋଲି ବିଚାର କରି…

Read More