Author: Ayesha Debnath

Bangladesh Unrest: ବାଂଲାଦେଶରେ ଶେଖ ହସିନା ସରକାରଙ୍କ ପତନ ପରେ ସ୍ଥିତି ସାମାନ୍ୟ ହେବାର ନାଁ ନେଉନାହିଁ। ନୂଆ ଖବର ଅନୁସାରେ ବାଂଲାଦେଶର ସେନା ମୁଖ୍ୟ ତାଙ୍କ ସୈନିକମାନଙ୍କୁ ଢାକାରେ ଜମା ହେବାକୁ ଆଦେଶ ଦେଇଛନ୍ତି। ଏହି ଆଦେଶ କାହିଁକି ଦିଆଯାଇଛି, ତାହା ସ୍ପଷ୍ଟ ହୋଇନାହିଁ, କିନ୍ତୁ ଗତ କିଛି ସପ୍ତାହର ଘଟଣାକ୍ରମ ଦେଖିଲେ ଏହି ଆଦେଶ କୌଣସି ବଡ଼ ଘଟଣାର ସଙ୍କେତ ହୋଇପାରେ। ବାଂଲାଦେଶରେ ସେନା ବିଦ୍ରୋହ ଦ୍ୱାରା କାମଚଳା ସରକାରକୁ କ୍ଷମତଚ୍ୟୁତ କରିପାରେ ବୋଲି ଆଶଙ୍କା ବ୍ୟକ୍ତ କରାଯାଉଛି । ନର୍ଥ-ଇଷ୍ଟ ନ୍ୟୁଜର ଏକ ରିପୋର୍ଟ ଅନୁସାରେ, ବାଂଲାଦେଶ ସେନା ଶୁକ୍ରବାର ଦିନ ଅଜ୍ଞାତ ସଂଖ୍ୟାରେ ସାଞ୍ଜୁଆ ଯାନ ଏବଂ ପ୍ରତ୍ୟେକ ବ୍ରିଗେଡରୁ ୧୦୦ ଜଣ ସୈନିକଙ୍କୁ ଢାକାରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛି। ଏହି ରିପୋର୍ଟରେ ସୂତ୍ର ଉଲ୍ଲେଖ କରି କୁହାଯାଇଛି ଯେ ସାଭାରସ୍ଥିତ ୯ମ ଡିଭିଜନର ସୈନିକମାନେ ଢାକାରେ ପହଞ୍ଚିବା ଆରମ୍ଭ କରି ଦେଇଛନ୍ତି। ଏହି ଦୁଇ…

Read More