Author: Ayesha Debnath

Meerut: ଇଦ୍-ଉଲ୍-ଫିତର ସମୟରେ ସାମୂହିକ ନମାଜକୁ ନେଇ ଉତ୍ତରପ୍ରଦେଶ ପୁଲିସ ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ମେରଠ ପୋଲିସ ସ୍ପଷ୍ଟ କରିଛି ଯେ ଚଳିତ ବର୍ଷ ସହରର ରାସ୍ତାରେ ନମାଜ ପାଠ କରିବାକୁ ଅନୁମତି ଦିଆଯିବ ନାହିଁ । ଯଦି କେହି ରାସ୍ତାରେ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳେ ତେବେ ତାଙ୍କ ବିରୋଧରେ ଏତଲା ରୁଜୁ କରାଯିବା ସହ ସେମାନଙ୍କ ପାସପୋର୍ଟ ଓ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇପାରେ। ମେରଠ ଏସପି ସିଟି ଆୟୁଷ ବିକ୍ରମ କହିଛନ୍ତି ଯେ, ଧାର୍ମିକ ନେତା ଏବଂ ଇମାମମାନଙ୍କୁ ନିବେଦନ କରାଯାଇଛି ଏବଂ ଲୋକଙ୍କୁ କେବଳ ମସଜିଦରେ ନମାଜ ପାଠ କରିବାକୁ ଅନୁରୋଧ କରାଯାଇଛି। ଏହି ନିର୍ଦ୍ଦେଶକୁ ଉଲ୍ଲଂଘନ କଲେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଗତବର୍ଷ ଏଭଳି ଉଲ୍ଲଂଘନ କରି ୨୦୦ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ୮୦ରୁ ଅଧିକ ବ୍ୟକ୍ତିଙ୍କୁ ଚିହ୍ନଟ…

Read More