ଭାରତୀୟ କ୍ରିକେଟ୍ରୁ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଏବଂ ଗର୍ବର ଖବର ସାମ୍ନାକୁ ଆସିଛି। ଯେଉଁ ବୟସରେ ଅଧିକାଂଶ ପିଲା ସ୍କୁଲ୍ ଏବଂ କ୍ଲବ୍ କ୍ରିକେଟ୍ ରେ ଖେଳିବାର ସ୍ୱପ୍ନ ଦେଖନ୍ତି, ସେହି ବୟସରେ ଏକ ୧୫ ବର୍ଷର ଯୁବ ବିସ୍ଫୋରକ ବ୍ୟାଟରଙ୍କୁ ଭାରତୀୟ କ୍ରିକେଟ୍ର ଏକ ବଡ଼ ଦଳର ଉପ-ଅଧିନାୟକ ବା (Vice-Captain) ଭାବେ ମନୋନୀତ କରାଯାଇଛି!
ବିହାରର ବିସ୍ଫୋରକ ଓପନିଂ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ଆଗାମୀ ଦୁଲୀପ ଟ୍ରଫି (Duleep Trophy 2026-27) ପାଇଁ ଇଷ୍ଟ ଜୋନ୍ ନିଜର ଶକ୍ତିଶାଳୀ ଦଳ ଘୋଷଣା କରିଛି। ଏହି ଦଳର କ୍ରିକେଟ୍ ଅଧିନାୟକ ଭାବେ ଅଭିଜ୍ଞ ୱିକେଟକିପର୍-ବ୍ୟାଟର ଇଶାନ କିଶନ୍ ଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ, ମାତ୍ର ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ଉପ-ଅଧିନାୟକ ପଦବୀ ଦେଇ ଚୟନକର୍ତ୍ତା ସମସ୍ତଙ୍କୁ ଚକିତ କରିଦେଇଛନ୍ତି!
ଗତ କିଛି ମାସ ହେବ ବୈଭବ ସୂର୍ଯ୍ୟବଂଶୀ ଯେଉଁଭଳି ଭାବରେ ରନ୍ର ବର୍ଷା କରୁଛନ୍ତି, ଯାହା ଭାରତୀୟ କ୍ରିକେଟ୍ ଇତିହାସରେ ବିରଳ।
• ଗତ କିଛି ଦିନ ତଳେ ହିଁ ସେ ମାଞ୍ଚେଷ୍ଟରଠାରେ ଇଂଲଣ୍ଡ ବିରୋଧରେ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ରେ ଭାରତୀୟ ସୀନିୟର ଦଳ ପାଇଁ ଡେବ୍ୟୁ କରିଥିଲେ।
• ତା’ପରେ ଜିମ୍ବାୱେ ଗସ୍ତରେ ହରାରେଠାରେ ମାତ୍ର ୪୯ ବଲ୍ରୁ ୮୧ ରନ୍ର ଏକ ଦମଦାର୍ ଏବଂ ବିସ୍ଫୋରକ ଇନିଂସ ଖେଳି ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ଏବଂ ମ୍ୟାନ୍ ଅଫ୍ ଦି ସିରିଜ୍ ର ପୁରସ୍କାର ମଧ୍ୟ ଜିତିଥିଲେ।
• ଆଉ ଏବେ ଏବେ ଆସିଥିବା ICC ଟି-୨୦ ରାଙ୍କିଙ୍ଗ୍ରେ ବୈଭବ ଏକାଥରକେ ୨୩୦ ଟି ସ୍ଥାନ ଉପରକୁ ଉଠି ସମସ୍ତଙ୍କୁ ଚକିତ କରିଛନ୍ତି।
ଏହା ପୂର୍ବରୁ ସେ IPL, ରଣଜୀ ଟ୍ରଫି ଏବଂ ଅଣ୍ଡର-19 ୱାର୍ଲ୍ଡକପ୍ରେ ନିଜର ଦମଦାର୍ ବ୍ୟାଟିଂର ଜଲୱା ଦେଖାଇସାରିଛନ୍ତି। ଚୟନକର୍ତ୍ତାମାନେ ବୈଭବଙ୍କ କେବଳ ଆକ୍ରମଣାତ୍ମକ ବ୍ୟାଟିଂ ନୁହେଁ, ବରଂ ତାଙ୍କର ଧୈର୍ଯ୍ୟ ଏବଂ ନେତୃତ୍ୱ ନେବାର ଦକ୍ଷତାକୁ ଦେଖି ଇଷ୍ଟ ଜୋନ୍ର ଉପ-ଅଧିନାୟକ ଭାବେ ମନୋନୀତ କରିଛନ୍ତି।
ଇଷ୍ଟ ଜୋନ୍ର ସ୍କ୍ୱାଡ୍ ଆଡ଼କୁ ନଜର ପକାଇଲେ, ଏହି ଦଳରେ ଅଭିଜ୍ଞତା ଏବଂ ଯୁବ ପ୍ରତିଭାର ଏକ ଚମତ୍କାର ମିଶ୍ରଣ ଦେଖିବାକୁ ମିଳୁଛି।
ଦଳର କ୍ୟାପ୍ଟେନ୍ସି ଦାୟିତ୍ୱ ରହିଛି ଇଶାନ କିଶନ୍ଙ୍କ ହାତରେ। ଇଶାନ ନିକଟରେ ଜିମ୍ବାୱେ ବିରୋଧୀ ସିରିଜ୍ରେ ଏବଂ ଟି-୨୦ ୱାର୍ଲ୍ଡକପ୍ ବିଜେତା ଦଳରେ ରହି ନିଜର ଫର୍ମ ପ୍ରମାଣିତ କରିସାରିଛନ୍ତି। ରେଡ୍-ବଲ୍ କ୍ରିକେଟ୍ରେ ଭାରତୀୟ ଟେଷ୍ଟ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଏହି ଦୁଲୀପ ଟ୍ରଫି ଇଶାନଙ୍କ ପାଇଁ ଏକ ବଡ଼ ସୁଯୋଗ।
ସବୁଠାରୁ ବଡ଼ କଥା ହେଉଛି— ଟିମ୍ ଇଣ୍ଡିଆର ଦିଗ୍ଗଜ ପେସ୍ ବୋଲର୍ ମହମ୍ମଦ ଶାମି ଏହି ଦଳର ପେସ୍ ବୋଲିଂ ଆକ୍ରମଣର ନେତୃତ୍ୱ ନେବେ! ଶାମିଙ୍କ ସହିତ ବେଙ୍ଗଲର ମୁକେଶ କୁମାର ଏବଂ ସୁରଜ ସିନ୍ଧୁ ଜାୟସୱାଲ୍ ରହିଛନ୍ତି। ଏହାବ୍ୟତୀତ ବେଙ୍ଗଲର ନିର୍ଭରଯୋଗ୍ୟ ଓପନର୍ ଅଭିମନ୍ୟୁ ଈଶ୍ୱରନ୍ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି।
ଓଡ଼ିଶାର କ୍ରିକେଟ ପ୍ରେମୀଙ୍କ ପାଇଁ ମଧ୍ୟ ଖୁସି ଖବର !
ଓଡ଼ିଶାର ତାରକା ମିଡିଲ୍-ଅର୍ଡର୍ ବ୍ୟାଟର ଶୁଭ୍ରାଂଶୁ ସେନାପତି ଇଷ୍ଟ ଜୋନ୍ର ମୁଖ୍ୟ ୧୫ ଜଣିଆ ସ୍କ୍ୱାଡ୍ରେ ସ୍ଥାନ ପାଇଛନ୍ତି। ସେହିପରି ଷ୍ଟାଣ୍ଡବାଏ ତାଲିକାରେ ଓଡ଼ିଶାର ସମ୍ବିତ S. ବରାଳ ଏବଂ ସ୍ୱସ୍ତିକ ସାମଲ ମଧ୍ୟ ସ୍ଥାନ ପାଇଛନ୍ତି।
ଆସନ୍ତୁ ନଜର ପକାଇବା ଇଷ୍ଟ ଜୋନ୍ର ସମ୍ପୂର୍ଣ୍ଣ ସ୍କ୍ୱାଡ୍ ତାଲିକା ଉପରେ:
1. (ଅଧିନାୟକ/ୱିକେଟକିପର୍) ଭାବେ ଝାଡ଼ଖଣ୍ଡ ରୁ ଇଶାନ କିଶନ୍
2. (ଉପ-ଅଧିନାୟକ) ଭାବେ ବିହାର ରୁ ବୈଭବ ସୂର୍ଯ୍ୟବଂଶୀ
3. ବେଙ୍ଗଲ ରୁ ଅଭିମନ୍ୟୁ ଈଶ୍ୱରନ୍
4. ସୁଦୀପ କୁମାର ଘରାମୀ
5. ଶାହବାଜ ଅହମ୍ମଦ
6. ସୁରଜ ସିନ୍ଧୁ ଜାୟସୱାଲ୍
7. ମହମ୍ମଦ ଶାମି
8. ମୁକେଶ କୁମାର
9. ଝାଡ଼ଖଣ୍ଡ ରୁ କୁମାର କୁଶାଗ୍ର
10. ଶିଖର ମୋହନ୍
11. ଅନୁକୂଳ ରୟ
12. ବିରାଟ ସିଂହ
13. ଓଡ଼ିଶା ରୁ ଶୁଭ୍ରାଂଶୁ ସେନାପତି
14. ଆସାମ ରୁ ଡେନିଶ୍ ଦାସ
15. ତ୍ରିପୁରା ରୁ ଅଭିଜିତ୍ ସରକାର ରହିଛନ୍ତି
ତେବେ ୧୫ ବର୍ଷର ବୈଭବ ସୂର୍ଯ୍ୟବଂଶୀ ଯେଉଁଭଳି ଭାବରେ ନିଜ ବ୍ୟାଟିଂ ଓ ନେତୃତ୍ୱଗୁଣ ଦ୍ୱାରା ଦିନକୁ ଦିନ ନୂଆ ଇତିହାସ ରଚୁଛନ୍ତି, ତାହା ପ୍ରତ୍ୟେକ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଗର୍ବର ବିଷୟ। ମହମ୍ମଦ ଶାମି ଏବଂ ଇଶାନ କିଶନ୍ଙ୍କ ଭଳି ଅନ୍ତର୍ଜାତୀୟ ସ୍ତରର ଖେଳାଳିଙ୍କ ସହ ଡ୍ରେସିଂ ରୁମ୍ ଶେୟାର୍ କରିବା ଏବଂ ଉପ-ଅଧିନାୟକ ଭାବେ ଦଳ ପରିଚାଳନା କରିବା ବୈଭବଙ୍କ କ୍ୟାରିୟର୍କୁ ଆହୁରି ମଜବୁତ୍ କରିବ ବୋଲି ଆଶା କରାଯାଉଛି ।


