Author: Ayesha Debnath

 Asaram Bapu : ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କ ମାଲିକାନାରେ ଥିବା ଅହମ୍ମଦାବାଦର ଆଶାରାମ ଆଶ୍ରମର ଜମି ଅଧିଗ୍ରହଣ କରାଯାଇପାରେ। ନିର୍ମାଣାଧୀନ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସ୍ପୋର୍ଟସ ଏନକ୍ଲେଭ ନିକଟରେ ଥିବା ତିନୋଟି ଆଶ୍ରମ ମଧ୍ୟରୁ ଆଶାରାମ ଆଶ୍ରମ ଅନ୍ୟତମ। ସୂଚନା ଅନୁଯାୟୀ, ଗୁଜରାଟ ସରକାରଙ୍କ ଏକ ୫ ଜଣିଆ କମିଟି ଆଶାରାମ ଆଶ୍ରମ ଅଧିକାରୀଙ୍କ ସହ କ୍ରୀଡ଼ା କମ୍ପ୍ଲେକ୍ସ ପାଇଁ ଜମି ଅଧିଗ୍ରହଣ ପାଇଁ ଆଲୋଚନା କରୁଛନ୍ତି। ଏହି କମ୍ପ୍ଲେକ୍ସ, ପ୍ରସ୍ତାବିତ ଅଲିମ୍ପିକ୍ ଭିଲେଜ୍ ଏବଂ ଅନ୍ୟାନ୍ୟ କ୍ରୀଡ଼ା ପଡ଼ିଆ ୬୫୦ ଏକରରୁ ଅଧିକ ଜମିରେ ନିର୍ମାଣ କରାଯିବ। ନରେନ୍ଦ୍ର ମୋଦୀ ଷ୍ଟାଡିୟମ ନିକଟବର୍ତ୍ତୀ ଅଞ୍ଚଳକୁ ଆଗାମୀ କ୍ରୀଡ଼ା ପରିସରରେ ଅନ୍ତର୍ଭୁକ୍ତ କରାଯାଇଛି। ଏଥିରେ ଭଟ୍ଟ ଓ କୋଟେଶ୍ୱର ଅଞ୍ଚଳ ମଧ୍ୟ ଅନ୍ତର୍ଭୁକ୍ତ। ଏହି ଦୁଇଟି ଗ୍ରାମରେ ଅନେକ ପୁରୁଣା କୋଠା ରହିଛି ଏବଂ ଏଠାରେ ତିନୋଟି ଆଶ୍ରମ ରହିଛି – ଆଶାରାମ ଆଶ୍ରମ, ଭାରତୀୟ…

Read More