Author: Ayesha Debnath

ଜଳବାୟୁରେ ହେଉଥିବା ହଠାତ୍ ପରିବର୍ତ୍ତନକୁ ଆମ ଶରୀର ଗ୍ରହଣ କରିପାରେ ନାହିଁ । ଫଳରେ ଆମକୁ ବିଭିନ୍ନ ପ୍ରକାର ରୋଗ ବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଶୀତ ଦିନରେ ଶରୀରର ଅଧିକ ଯତ୍ନ ନେବାକୁ ପଡ଼ିଥାଏ। ସେଥିପାଇଁ ଆମକୁ ଆମ ଖାଇବା-ପିଇବାରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପଡ଼ିଥାଏ। ଶୀତଦିନରେ ଗୁଡ଼ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ । ଏହାକୁ ଆପଣ ଚିନି ବଦଳରେ ଖାଇ ପାରିବେ । ଗୁଡ଼ ଖାଇବା ଦ୍ୱାରା ଶରୀରରେ ଉତ୍ତାପ ବଢ଼ିଥାଏ । ଏହା ଆପଣଙ୍କ ଶରୀରର ସମସ୍ତ ଅଙ୍ଗକୁ ଶକ୍ତି ଯୋଗାଇଥାଏ ଏବଂ ଋତୁ ପରିବର୍ତ୍ତନ ସହିତ ଶରୀରକୁ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଗୁଡ଼ ଖାଇଲେ ଖାଦ୍ୟ ହଜମ ହେବା ସହ ପାକସ୍ଥଳୀକୁ ଭଲଭାବେ କାର୍ଯ୍ୟକ୍ଷମ କରାଇଥାଏ । ଗୁଡ଼ ଶରୀରକୁ ଆବଶ୍ୟକ ଶକ୍ତି ଦେବା ସହ ଓଜନକୁ ମଧ୍ୟ ହ୍ରାସ କରିବା ପାଇଁ ସାହାଯ୍ୟ କରିଥାଏ…

Read More