Author: Ayesha Debnath

ଚାରିଆଡେ ଡେଙ୍ଗୁ ବ୍ୟାପିବାରେ ଲାଗିଛି । ମଶାରୁ ରକ୍ଷା ପାଇବା ପାଇଁ ବଜାରରେ ମଶା ଧୂପ ବା କଏଲ ଅଧିକ ପରିମାଣରେ ବିକ୍ରି ହେଉଛି । କିନ୍ତୁ ବାସ୍ତବରେ ଏହି ଧୂଆଁ ଆମ ଶରୀର ପାଇଁ ହୋଇପାରେ କ୍ଷତିକାରକ । ଏହା କେବଳ ଆପଣଙ୍କ ଘରେ ଥିବା ମଶାମାନଙ୍କୁ ମାରେ ନାହିଁ ବରଂ ଏହା ଆପଣଙ୍କୁ ମଧ୍ୟ ମାରିପାରେ । ଆପଣମାନଙ୍କ ମଧ୍ୟରୁ ଅନେକ ଜଣ ପ୍ରତିଦିନ ଏହି ବିଷ ନିଶ୍ୱାସ ନେଉଛନ୍ତି । ଏହି ଅଭ୍ୟାସ ଆପଣଙ୍କ ଫୁସଫୁସ ଉପରେ ଖରାପ ପ୍ରଭାବ ପକାଇପାରେ, ଯାହା ଫୁସଫୁସ କର୍କଟ ରୋଗର କାରଣ ହୋଇପାରେ । ରିସର୍ଚ୍ଚରୁ ଜଣାପଡ଼ିଛି ଯେ, ଗୋଟିଏ ମଶାଧୂପ ୧୦୦ଟି ସିଗାରେଟ୍‌ଠାରୁ ଅଧିକ କ୍ଷତିକାରକ ହୋଇଥାଏ । ମଶା ଧୂପରୁ ପାଖାପାଖି ୨.୫ ପିଏମ୍‌ ଧୂଆଁ ବାହାରିଥାଏ, ଯାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏହି ଧୂଆଁ ଶ୍ୱାସରୋଗ, ଆଜମା ଏବଂ ମୁଣ୍ଡବିନ୍ଧା ଭଳି ସମସ୍ୟା…

Read More