Author: Ayesha Debnath

Prathamastami : ଆଜି ପ୍ରଥମାଷ୍ଟମୀ । ଏହା ଓଡ଼ିଶାର ପ୍ରାଚୀନ ସାଂସ୍କୃତିକ ପର୍ବମାନଙ୍କ ମଧ୍ୟରୁ ଗୋଟିଏ ପ୍ରମୁଖ ପର୍ବ । ଏହି ପର୍ବରେ ପ୍ରଥମ ଜନ୍ମିତ ପୁଅ ବା କନ୍ୟା ସନ୍ତାନଙ୍କ ସୁସ୍ଥ ଓ ଦୀର୍ଘ ଆୟୁ ପାଇଁ ପୂଜା କରାଯାଇଥାଏ। କହିବାକୁ ଗଲେ, ଆଜିର ଦିନଟି ଜ୍ୟେଷ୍ଠ ସନ୍ତାନଙ୍କ ପାଇଁ ହୋଇଥାଏ । ଆଜିର ଦିନକୁ ବେଶ ଧୂମଧାମର ସହ ପାଳନ କରାଯାଇଥାଏ । ନୂଆ ପୋଷାକ ସାଙ୍ଗକୁ ହଳଦିପତ୍ର ପିଠା ବା ଏଣ୍ଡୁରି ପିଠାର ମହକରେ ମହକି ଉଠୁଛି ପ୍ରତ୍ୟେକ ଓଡ଼ିଆ ଘର। ଏହି ପିଠା ଅନେକ ସ୍ୱାଦିଷ୍ଟ ହୋଇଥାଏ। ମାର୍ଗଶୀର ମାସର ଅଷ୍ଟମୀ ତିଥୀ ପ୍ରଥମାଷ୍ଟମୀ ବା ସୌଭାଗିନୀ ଅଷ୍ଟମୀ, କାଳ ଭୈରବାଷ୍ଟମୀ ବା ପାପ-ନାଶିନୀ ଅଷ୍ଟମୀ ଭାବେ ମଧ୍ୟ ପରିଚିତ। ଏହି ପର୍ବ ଓଡ଼ିଶାର ଏକ ଲୋକପ୍ରିୟ ପର୍ବ ଭାବେ ପରିଚିତ। ପରମ୍ପରା ଅନୁଯାୟୀ, ଏହି ଦିନ ଜ୍ୟେଷ୍ଠ ସନ୍ତାନ ପିନ୍ଧୁଥିବା ନୂତନ ବସ୍ତ୍ର ମାମୁ…

Read More