Author: Ayesha Debnath

ରିଲିଜ ହେବା ପୂର୍ବରୁ ବିବାଦରେ ଫସିଲା ଫିଲ୍ମ ‘ପୁଷ୍ପା ୨’ । ଏହାକୁ ନେଇ ହରିୟାଣାରେ ଉତ୍ତେଜନା ଦେଖାଦେଇଛି। ସାଉଥ ଇଣ୍ଡଷ୍ଟ୍ରିର ସୁପର ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଉପରେ ହିନ୍ଦୁଙ୍କ ଭାବନାକୁ ଆଘାତ ଦେଇଥିବାର ଅଭିଯୋଗ ହୋଇଛି । ଦୀର୍ଘ ସମୟ ଧରି ଦର୍ଶକମାନେ ଏହି ଫିଲ୍ମକୁ ଦେଖିବା ପାଇଁ ଅପେକ୍ଷା କରି ରହିଥିଲେ। କିନ୍ତୁ ଫିଲ୍ମ ରିଲିଜ ହେବା ପୂର୍ବରୁ ଏହାକୁ ନିଷିଦ୍ଧ କରିବାକୁ ଦାବି କରାଯାଉଛି । ହରିୟାଣାରେ ‘ପୁଷ୍ପା ୨: ଦି ରୁଲ’ର ଏକ ଦୃଶ୍ୟକୁ ବିରୋଧ କରାଯାଇଛି । ଅଭିଯୋଗରେ ବିବାଦୀୟ ଦୃଶ୍ୟକୁ ହଟାଇବା ପାଇଁ ଦାବି କରାଯାଇଛି । ତେବେ ପୋଲିସ ଏ ବାବଦରେ ଏପର୍ଯ୍ୟନ୍ତ କୌଣସି ମାମଲା ରୁଜୁ କରିନାହିଁ । ଅଭିଯୋଗ କରିଥିବା ବ୍ୟକ୍ତି ଜଣକ ହେଲେ ହିସାରର ଜିଲ୍ଲାର କୁଲଦୀପ କୁମାର । ସୂଚନା ଅନୁଯାୟୀ, ଫିଲ୍ମର ଟ୍ରେଲରରେ ହିନ୍ଦୁ ଧର୍ମ ଭାବନାକୁ ଜାଣିଶୁଣି ଆଘାତ କରିବାକୁ ଉଦ୍ୟମ କରାଯାଇଛି…

Read More