Author: Ayesha Debnath

ଆଜିର ଦିନରେ ହଳଦିପତ୍ର ପିଠା ବା ଏଣ୍ଡୁରି ପିଠାର ମହକରେ ମହକି ଉଠୁଛି ପ୍ରତ୍ୟେକ ଓଡ଼ିଆ ଘର। ସକାଳୁ ସକାଳୁ ମା’ମାନେ ଉଠି ମଣ୍ଡା ପିଠା, ହଳଦିପତ୍ର ପିଠା ବା ଏଣ୍ଡୁରି ପିଠା, ଇଟିଲି ପିଠା ଆଦି ତିଆରି କରିଥାନ୍ତି I ଏଣ୍ଡୁରି ପିଠା କେବଳ ସ୍ୱାଦିଷ୍ଟ ହୋଇନଥାଏ ଏହାକୁ ଖାଇବାଦ୍ୱାରା ଶରୀରରେ ଥିବା ଅନେକ ଚର୍ମ ରୋଗ ଭଲ ହୋଇଥାଏ। ଏହି ପିଠା ତିଆରି ପାଇଁ ହଳଦୀପତ୍ରର ବ୍ୟବହାର କରାଯାଇଥାଏ । ଏହି ପିଠା ଛଡ଼ା ଅନ୍ୟ କୌଣସି ପିଠାରେ ହଳଦୀ ପତ୍ର ବ୍ୟବହୃତ ହୁଏ ନାହିଁ I ଭାରତୀୟ ଧର୍ମ, ସଂସ୍କୃତି ଏବଂ ସୌନ୍ଦର୍ଯ୍ୟାତ୍ମକ ଦୃଷ୍ଟିକୋଣରୁ ହଳଦୀର ଯେମିତି ଗୁରୁତ୍ୱ ରହିଛି ଔଷଧୀୟ ଦୃଷ୍ଟିକୋଣରୁ ମଧ୍ୟ ତା’ଠାରୁ ଅଧିକ ଗୁରୁତ୍ୱ ରହିଛି। ହଳଦୀକୁ ମଧ୍ୟ ସର୍ବରୋଗହାରୀ କୁହାଯାଏ। ନିଶ୍ଚୟ ଆପଣସମସ୍ତଙ୍କୁ ଏଣ୍ଡୁରି ପିଠା ବନେଇ ଆସୁଥିବ । ଯେଉଁମାନଙ୍କୁ ଆସୁ ନାହିଁ ଚାଲନ୍ତୁ ଆଜି ବହୁତ ହିଁ ସହଜ…

Read More