Author: Ayesha Debnath

ମାନବ ଶରୀରର ଅନେକ ଅଂଶରେ ଅନେକ ଛୋଟ ଛୋଟ କଳା ଏବଂ ନାଲି ବିନ୍ଦୁ ଦେଖାଯାଏ, ଯାହାକୁ ମୋଲ ବା କଳା ଜାଇ କୁହାଯାଏ । ଯଦି ଏହି ମୋଲଗୁଡ଼ିକ ଚେହେରା ଉପରେ ଥାଏ, ତେବେ ତାହା ଚେହେରାର ସୌନ୍ଦର୍ଯ୍ୟକୁ ବଢ଼ାଇଥାଏ । ଜନ୍ମରୁ ହିଁ ଏହି କଳା ବିନ୍ଦୁଗୁଡ଼ିକ ଶରୀରରେ ଦେଖାଯାଇଥାନ୍ତି । ହେଲେ ବେଳେବେଳେ ଆମେ ବଡ଼ ହେବା ପରେ ମଧ୍ୟ ଏହା ଆମ ଶରୀରରେ ଦେଖାଯାଇଥାନ୍ତି । ଏହି ମୋଲ ବା ତିଳ କେବଳ ଜଣେ ବ୍ୟକ୍ତିର ସୌନ୍ଦର୍ଯ୍ୟକୁ ବଢ଼ାଇ ନ ଥାଏ, ବରଂ ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ନେଇ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଇଛି । ଏହି ମୋଲଗୁଡ଼ିକ ଆମ ଜୀବନ ସହିତ ଜଡ଼ିତ ଅନେକ ସଙ୍କେତ ଦେଇଥାଏ । ଯାହା ମଧ୍ୟରୁ କେତେକ ଭଲ ବୋଲି ବିବେଚନା କରାଯାଉଥିବାବେଳେ କିଛି କଳାଜାଇକୁ ଖରାପ ଭାବରେ ବିବେଚନା କରାଯାଇଛି । ସାଧାରଣତଃ ଗୋଟିଏ କଳାଜାଇର ଜୀବନଚକ୍ର ପ୍ରାୟ…

Read More