Author: NAZMEEN PARWEEN

ଜନଗଣନା ଭାରତୀୟ ଲୋକତନ୍ତ୍ରର ସବୁଠାରୁ ବଡ଼ ଡାଟା–ଅଭିଯାନ। କେତେ ଲୋକ, କେଉଁଠି ରହୁଛନ୍ତି, କିପରି ବଞ୍ଚୁଛନ୍ତି- ଏହା ମାତ୍ର ତଥ୍ୟ ନୁହେଁ; ଏହା ନୀତି, ବଣ୍ଟନ, ସଂରକ୍ଷଣ, ଓ ସାମାଜିକ ନ୍ୟାୟର ଆଧାର। ଏମିତି ଏକ ପ୍ରକ୍ରିୟାରେ ଯଦି “ଜାତି” ଭଳି ସେନ୍ସିଟିଭ୍ ବିଷୟ ଅସ୍ପଷ୍ଟ ରହିଯାଏ, ତେବେ ସନ୍ଦେହ ଜନ୍ମ ନେବା ସ୍ୱାଭାବିକ। ଏହି ପ୍ରସଙ୍ଗରେ କଂଗ୍ରେସ କହୁଛି- ଜନଗଣନାର ପ୍ରଥମ ପର୍ଯ୍ୟାୟର ପ୍ରଶ୍ନ–୧୨ ଯେପରି ଗଠିତ, ତାହା କେନ୍ଦ୍ରର “ନିରପେକ୍ଷ ଜାତି ଜନଗଣନା” ପ୍ରତିବଦ୍ଧତା ଉପରେ ଗମ୍ଭୀର ପ୍ରଶ୍ନ ଉଠାଉଛି। ପ୍ରଶ୍ନ–୧୨ କ’ଣ? ଏବଂ ବିବାଦ କେଉଁଠି ପ୍ରଥମ ପର୍ଯ୍ୟାୟ- ଗୃହ ତାଲିକାଭୁକ୍ତ ଓ ଗୃହ ଜନଗଣନା- ରେ ୩୩ଟି ବିଷୟ ଅନ୍ତର୍ଭୁକ୍ତ। ସେଥିରେ ପ୍ରଶ୍ନ–୧୨ ପରିବାରର ମୁଖ୍ୟ ବ୍ୟକ୍ତି “ଅନୁସୂଚିତ ଜାତି (ଏସସି) / ଅନୁସୂଚିତ ଜନଜାତି (ଏସଟି) / ଅନ୍ୟାନ୍ୟ” କି ନୁହେଁ- ଏହି ଭିତ୍ତିରେ ସୂଚନା ଚାହୁଁଛି। କଂଗ୍ରେସର ମୁଖ୍ୟ ଆପତ୍ତି- ଏଠାରେ ଓବିସି…

Read More