Author: NAZMEEN PARWEEN

ଜଗନ୍ନାଥଙ୍କ ଦୁଆରେ ଯେତେବେଳେ ତାଲା ଲାଗେ, ସେ ତାଲା କେବଳ ଲୁହାର ନୁହେଁ; ସେ ତାଲା ଭକ୍ତିର ଆତ୍ମା ଉପରେ ଲାଗେ। ଏହି ଦେଶରେ ଅନେକ ଶାସକ ଆସିଛନ୍ତି, ଯାଇଛନ୍ତି; ଅନେକ ସତ୍ତା ପରିବର୍ତ୍ତନ ଦେଖାଯାଇଛି। କିନ୍ତୁ ଶ୍ରୀଜଗନ୍ନାଥ ମନ୍ଦିର ଏକମାତ୍ର ସ୍ଥାନ, ଯେଉଁଠାରେ ଶାସକ ନୁହେଁ; ଭକ୍ତ ମାତ୍ର ପ୍ରବେଶ କରେ। ସେଇଠି ରାଜା–ରଙ୍କ, ଧନୀ–ଦରିଦ୍ର, ଶକ୍ତିଶାଳୀ–ଦୁର୍ବଳ—ସମସ୍ତେ ସମାନ। ଏମିତି ଏକ ସ୍ଥାନରେ ଯଦି ରାଷ୍ଟ୍ରପତିଙ୍କ ଦର୍ଶନ ନାଁରେ ଦୁଇଘଣ୍ଟା ପାଇଁ ସାଧାରଣ ଭକ୍ତଙ୍କୁ ପ୍ରବେଶରୁ ବଞ୍ଚିତ କରାଯାଏ, ତେବେ ପ୍ରଶ୍ନ ଉଠିବା ସ୍ୱାଭାବିକ- ଏହା ଶ୍ରଦ୍ଧାର ସୁରକ୍ଷା, ନା ପ୍ରଶାସନର ଅତିଆତ୍ମବୋଧ? ଜଗନ୍ନାଥଙ୍କ ଦୁଆରେ କେବେ ରାଷ୍ଟ୍ରପତି ଓ ଭକ୍ତ ଭିନ୍ନ ହୋଇଛନ୍ତି କି? ବ୍ରହ୍ମାଣ୍ଡର ପ୍ରଭୁଙ୍କ ସମ୍ମୁଖରେ କାହା ପାଇଁ ଏହି ଶକ୍ତି ପ୍ରଦର୍ଶନ? ରାଷ୍ଟ୍ରପତି ଓ ଭକ୍ତି: ଦ୍ରୌପଦୀ ମୁର୍ମୁଙ୍କ ପରିଚୟ କ’ଣ କୁହେ? ଦ୍ରୌପଦୀ ମୁର୍ମୁ— ଏହି ନାମଟି ଓଡ଼ିଶା ପାଇଁ କେବଳ ଏକ…

Read More