Author: NAZMEEN PARWEEN

ସିଙ୍ଗର ତଥା ରାପର୍ ବାଦଶାହଙ୍କର କଟିଲା ଚାଲାଣ । ତାଙ୍କ କାରକେଡରେ ଯାଉଥିବା ଗାଡ଼ିଗୁଡ଼ିକର ଗୁରୁଗ୍ରାମ ପୋଲିସ ଚାଲାଣ କାଟିଦେଇଛି । ନିକଟରେ ବାଦଶାହ ଏକ ଇଭେଣ୍ଟ ପାଇଁ ହରିୟାଣାର ଗୁରୁଗ୍ରାମ ଯାଇଥିଲେ । ହେଲେ ଏଠାରେ ତାଙ୍କ କାରକେଡରେ ଥିବା ଗାଡ଼ିଗୁଡ଼ିକର ପୋଲିସ ଚାଲାଣ କାଟିଛି । ଏପରି କି, ରାପର୍ ନିଜେ ଯେଉଁ ଗାଡ଼ିରେ ବସି ଆସିଥିଲେ, ତାହାର ମଧ୍ୟ ଚାଲାଣ କଟିଛି । ସୂଚନା ମୁତାବକ, ଏହି ଗାଡ଼ିଗୁଡ଼ିକ ରାସ୍ତାର ଭୁଲ୍ ପାର୍ଶ୍ୱରେ ଯାଉଥିଲା । ନିକଟରେ ବାଦଶାହ ପପୁଲାର୍ ସିଙ୍ଗର କରଣ ଔଜଲାଙ୍କ କନସର୍ଟରେ ଯୋଗଦେବା ପାଇଁ ଗୁରୁଗ୍ରାମ ଯାଇଥିଲେ । ସେ ନିଜେ ଏକ କଳା ରଙ୍ଗର ଥରରେ ବସିଥିଲେ ଏବଂ ଅନ୍ୟ ଗାଡ଼ିଗୁଡ଼ିକ ତାଙ୍କ କାରକେଡରେ ସାମିଲ ଥିଲା । ତେବେ ବାଦଶାହ ଯେଉଁଥିରେ ବସିଥିଲେ, ଗୁରୁଗ୍ରାମ ଟ୍ରାଫିକ୍ ପୋଲିସ ତାହାର ୧୫ ହଜାର ୫୦୦ ଟଙ୍କା ଚାଲାଣ କାଟିଦେଇଛି । କାରକେଡରେ…

Read More