Author: NAZMEEN PARWEEN

Google: ଗୁଗଲ୍ ସିଇଓ ସୁନ୍ଦର ପିଚାଇ ନିଜେ ଏହା ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ କମ୍ପାନୀ ଡାଇରେକ୍ଟର୍ସ ଏବଂ ଭାଇସ୍ ପ୍ରେସିଡେଣ୍ଟସ୍ ସମେତ ମ୍ୟାନେଜରିଆଲ୍ ରୋଲ୍ସରେ ୧୦ ପ୍ରତିଶତ କର୍ମଚାରୀ ହ୍ରାସ କରିବ । ଟେକ୍ କମ୍ପାନୀ ଅନ୍ୟ ପୋଷ୍ଟଗୁଡିକୁ ମଧ୍ୟ ହଟାଇ ଦେଇଛି । AIରେ ପ୍ରତିଯୋଗିତାମୂଳକ ବୃଦ୍ଧି ହେତୁ ଗୁଗଲ୍ ଏହି ଛଟେଇ କରୁଛି । କମ୍ପାନୀ ନିଜ କର୍ମଚାରୀମାନଙ୍କ ସଂଖ୍ୟା କମାଇବାକୁ ଚାହୁଁଛି । ଗୁଗଲ୍ ପ୍ରବକ୍ତାଙ୍କ ମୁତାବକ, ୧୦ ପ୍ରତିଶତ ମଧ୍ୟରୁ କିଛି ଚାକିରିକୁ ଇଣ୍ଡିଭିଜୁଆଲ୍ କଣ୍ଟ୍ରିବ୍ୟୁଟର ରୋଲ୍ସରେ ପରିବର୍ତ୍ତନ କରାଯାଇଥିବା ବେଳେ ଆଉ କିଛି ରୋଲ୍ସକୁ ହଟାଇ ଦିଆଯାଇଛି । ରିପୋର୍ଟ ଅନୁସାରେ, ପିଚାଇ କହିଛନ୍ତି ଯେ ଗୁଗଲ୍ ଗତ କିଛି ବର୍ଷ ମଧ୍ୟରେ କମ୍ପାନୀକୁ କାର୍ଯ୍ୟକ୍ଷମ କରିବା ଏବଂ ଏହାର ଗଠନକୁ ସରଳ କରିବା ପାଇଁ ପରିବର୍ତ୍ତନ ଆଣିଛି । ବର୍ତ୍ତମାନ ମ୍ୟାନେଜର, ଡାଇରେକ୍ଟର ଏବଂ ଭାଇସ୍ ପ୍ରେସିଡେଣ୍ଟ ଭଳି…

Read More