Author: NAZMEEN PARWEEN

ମଦୁଆଙ୍କ ପାଇଁ ଖରାପ ଖବର, ଧାର୍ମିକ ସହରରେ ମିଳିବନି ମଦ। ଖୁବ୍‌ଶୀଘ୍ର ବ୍ୟାନ୍ କରିବାକୁ ଯାଉଛନ୍ତି ସରକାର। ମଧ୍ୟପ୍ରଦେଶରେ ମଦ ନିଷେଧକୁ ନେଇ ବଡ଼ ନିଷ୍ପତ୍ତି ନେଇପାରନ୍ତି ବିଜେପି ସରକାର। ଏନେଇ ନିଜେ ରାଜ୍ୟର ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ ସୂଚନା ଦେଇଛନ୍ତି। ଏନେଇ ସେ ସୋମବାର ଏକ ବଡ଼ ବୟାନ ଦେଇଛନ୍ତି। ରାଜ୍ୟର ସମସ୍ତ ଧାର୍ମିକ ସହରରେ ନିଷେଧାଦେଶ ଲାଗୁ କରିବା ପାଇଁ ସରକାର ଏକ ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଯାଦବ ସୋମବାର ନ୍ୟୁଜ୍ ଏଜେନ୍ସି ଏଏନଆଇକୁ କହିଛନ୍ତି ଯେ ସରକାର ଏସଂକ୍ରାନ୍ତରେ ସାଧୁସନ୍ଥମାନଙ୍କ ପରାମର୍ଶକୁ ଗମ୍ଭୀରତାର ସହ ବିଚାର କରୁଛନ୍ତି। ମଦକୁ ନେଇ ସରକାରଙ୍କ ନିକଟରେ ଅନେକ ଅଭିଯୋଗ ଆସିଛି। ଏହାକୁ ଆଧାର କରି ମଧ୍ୟପ୍ରଦେଶ ସରକାର ଧାର୍ମିକ ସହରରେ ମଦ ନିଷିଦ୍ଧ କରିବା ପାଇଁ ଠୋସ୍ ପଦକ୍ଷେପ ନେବାକୁ ଯୋଜନା କରୁଛନ୍ତି। ମଦନୀତି ବଦଳାଇବେ ସରକାର  ଆପଣଙ୍କୁ କହିରଖୁଛୁ…

Read More