Author: NAZMEEN PARWEEN

ବିନା ହେଲମେଟରେ ପେଟ୍ରୋଲ ପମ୍ପକୁ ଯାଉଥିଲେ ବାଇକ୍ ଚାଳକ ହୋଇଯାଆନ୍ତୁ ସାବଧାନ । ମୁଣ୍ଡରେ ହେଲମେଟ ନଥିଲେ ଆଉ ପେଟ୍ରୋଲ ପମ୍ପରେ ମିଳିବନି ପେଟ୍ରୋଲ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ ଅନୁସାରେ ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ପରିବହନ ବିଭାଗ ଏଭଳି ପଦକ୍ଷେପ ନେଇଛି । ଲକ୍ଷ୍ନୌରେ ୨୬ ଜାନୁଆରୀରୁ ଏଭଳି ନିୟମ ଲାଗୁ ହେବ । ନିକଟରେ ଜାରି ହୋଇଥିବା ନିର୍ଦ୍ଦେଶ ଅନୁଯାୟୀ, ଲକ୍ଷ୍ନୌର ସମସ୍ତ ପେଟ୍ରୋଲ ପମ୍ପକୁ ୨୬ ଜାନୁଆରୀ ୨୦୨୫ରୁ ବାଇକ୍ ଚାଳକ ଏବଂ ସାଥିରେ ବସିଥିବା ଚାଳକ ଯଦି ହେଲମେଟ ନ ପିନ୍ଧିଥାନ୍ତି, ତେବେ ପେଟ୍ରୋଲ ମିଳିବ ନାହିଁ । ଏହି ପଦକ୍ଷେପ ଉତ୍ତରପ୍ରଦେଶର ପରିବହନ ଆୟୁକ୍ତ ପକ୍ଷରୁ ୮ ଜାନୁଆରୀରୁ ନିର୍ଦ୍ଦେଶ ଜାରି କରିଛନ୍ତି । ନିର୍ଦ୍ଦେଶ ଅନୁସାରେ ପେଟ୍ରୋଲ ପମ୍ପ ସଂଚାଳକଙ୍କୁ ନୀତିନିୟମ ସୂଚନା ଦେବା ସାଇନ ବୋର୍ଡ ଲଗାଇବା ପାଇଁ ୭ ଦିନ ସମୟ ଦିଆଯାଇଛି । ମୋଟର ବାହନ…

Read More