Author: NAZMEEN PARWEEN

ଭାରତ କ୍ରମାଗତ ଭାବରେ ନିଜର ସୈନ୍ୟ ଶକ୍ତି ବୃଦ୍ଧି କରୁଛି । ଏହାରି ମଧ୍ୟରେ ଭାରତୀୟ ସେନା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ତୃତୀୟ ଜେନେରେସେନ୍‌ର ଆଣ୍ଟି ଟ୍ୟାଙ୍କ ଫାୟର-ଏଣ୍ଡ୍‌-ଫରଗେଟ୍‌ ଗାଇଡେଡ ମିସାଇଲ(ଏଟିଜିଏମ୍‌) ‘ନାଗ Mk-2’ ସଫଳତାର ସହ ପରୀକ୍ଷଣ କରିଛି । ଏହି ପରୀକ୍ଷା ସୋମବାର ରାଜସ୍ଥାନର ଜୈସଲମୈର ଜିଲ୍ଲାର ପୋଖରାନରେ ଫିଲ୍ଡ ଫାୟାରିଂ ରେଞ୍ଜରେ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ପୋଖରାନ୍‌ରେ ଚାଲିଥିବା ପରୀକ୍ଷଣ ସମୟରେ ଫିଲ୍ଡ ଟ୍ରାଏଲ୍‌ରେ ଏହି ମିସାଇଲ୍‌ ସିଷ୍ଟମକୁ ମୋଟ୍‌ ତିନିଥର ପରୀକ୍ଷା କରାଯାଇଥିଲା । ଯେଉଁଥିରେ ଏହାର ସର୍ବାଧିକ ଏବଂ ସର୍ବନିମ୍ନ ରେଞ୍ଜ୍‌ରେ ଥିବା ଟାର୍ଗେଟକୁ ହିଟ କରିବାର ସାମର୍ଥ୍ୟକୁ ଚେକ କରାଯାଇଥିଲା । ତେବେ ଏହା ସମସ୍ତ ଲକ୍ଷ୍ୟକୁ ସଠିକ୍‌ ଭାବରେ ନଷ୍ଟ କରିଦେଇଥିବା ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହାସହିତ ନାଗ ମିସାଇଲ କ୍ୟାରିୟର ଭର୍ସନ-୨ର ମଧ୍ୟ ଫିଲ୍ଡ ପରୀକ୍ଷଣ କରାଯାଇଥିଲା । ବାସ୍ତବରେ, ପ୍ରତ୍ୟେକ ଥର…

Read More