Author: NAZMEEN PARWEEN

ମୋ ବସ କଥା ଶୁଣିଲେ ରାସ୍ତାରେ ଚାଲିବାକୁ ଡ଼ର ଲଗୁଛି । କାରଣ କେତେବେଳେ କେଉଁ ସମୟରେ ମୋ ବସ କାହା ଉପରେ ଚଢିଯିବ କିଏ କହିବ । କେତେବେଳେ ଡ୍ରାଇଭରର ବେପରୁଆପଣ, କେତେବେଳେ ସ୍ପିଡ୍ ଡ୍ରାଇଭ୍ ପାଇଁ ବାରମ୍ବାର ଦୁର୍ଘଟଣା ଘଟାଉଥିବା ମୋ-ବସ୍ କୁ ନେଇ କ୍ରୁଟର ବଢିଛି ଚିନ୍ତା। କେତେବେଳେ ଛୋଟପିଲା ଉପରେ ଚଢିଗଲାଣି ତ ପୁଣି କେତେବେଳେ ରାସ୍ତାରେ ପଥଚାରୀକୁ ଧକ୍କା ଦେଲାଣି। ରାଜ୍ୟରେ ଏବେ ମୋ-ବସ୍ ସେବା ଚାଲୁଛି ଅଳ୍ପ କିନ୍ତୁ ଦୁର୍ଘଟଣା ଘଟାଉଛି ବେଶୀ। ୩ମାସରେ ୬୯ଟି ଦୁର୍ଘଟଣା ଘଟାଇଲାଣି ମୋ ବସ୍। ୨୮ଟି ଗୁରୁତର ଦୁର୍ଘଟଣା ସହ ଏକାଧିକ ଲୋକଙ୍କ ଜୀବନ ଗଲାଣି ଚକା ତଳେ। ବାରମ୍ବାର ମୋ-ବସ୍ ମୃତ୍ୟୁର ଦୂତ ସାଜିବାପରେ ଏବେ ଚିନ୍ତାରେ କ୍ରୁଟ୍। କେମିତି ଗାଡି ଚଳାଇଲେ ହେବନି ଦୁର୍ଘଟଣା, ମୋ-ବସ୍ ଡ୍ରାଇଭରଙ୍କୁ ବିଭାଗ ଓ କମିଶନରେଟ୍ ପୋଲିସ ତରଫରୁ ଦିଆଯାଇଛି ଟ୍ରେନିଂ। କିନ୍ତୁ କିଛି କାମରେ ଲାଗିପାରୁନି…

Read More