Author: NAZMEEN PARWEEN

ସବୁ ବର୍ଷ ଭଳି ଚଳିତ ବର୍ଷ ପାଞ୍ଚ ଦିନ ଧରି ଭୀମଭୋଇଙ୍କ ସିଦ୍ଧି, ସାଧନା ଏବଂ ସମାଧି ପୀଠରେ ବଡ ଧୂମଧାମରେ ପାଳନ କରାଯାଉଛି ମାଘ ମେଳା । ସାଧୁ ସନ୍ଥଙ୍କ ସମାଗମ, ଭଜନ ସଂକୀର୍ତ୍ତନ ସାଙ୍ଗକୁ ଖଞ୍ଜଣି ବାଦ୍ୟରେ ଦୁଲୁକି ଉଠୁଛି ପରିବେଶ । ଏହି ଅବସରରେ ଭକ୍ତମାନେ ଧାଡିରେ ପାଦୁକା ଦର୍ଶନ କରିବା ସହ ଝାଡଦୀପ, ଶୂନ୍ୟ ବ୍ରହ୍ମଙ୍କୁ ଦର୍ଶନ କରୁଛନ୍ତି । ବିଶେଷତ୍ଵ ହେଲା ଏହି ଦିନରେ ଭୀମଭୋଇଙ୍କ ଏହି ସମାଧି ପୀଠ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ । ବିଶେଷ କରି ନିରବତାରେ ହିଁ ପ୍ରଭୁଙ୍କୁ ପାଇ ହୁଏ । ସେଇଥି ପାଇଁ ତ ଶୂନ୍ୟଦେହୀ, ଶୂନ୍ୟ ବ୍ରହ୍ମ, ଅଲେଖ ନିରଞ୍ଜନ, ଅଣାକାର ର କିଛି ଲେଖା ମହିମା ମଠର ଚତୁପାର୍ଶ୍ଵରେ ଲେଖାଯାଇଛି । ଯାହା ରାଜ୍ୟ ତଥା ରାଜ୍ୟ ବାହାରର ଲୋକଙ୍କୁ ବେଶ ଆକର୍ଷିତ କରିପାରିଛି । ମହିମା ଧର୍ମର ଅନନ୍ୟ…

Read More