Author: NAZMEEN PARWEEN

ଭୁବନେଶ୍ୱରର ଜୟଦେବ ବିହାର ଓ ନନ୍ଦନକାନନକୁ ସଂଯୋଗ କରୁଥିବା ନୂଆ ଫ୍ଲାଏ ଓଭର ଖୁବଶୀଘ୍ର ଆରମ୍ଭ ହେବ ଏବଂ ୨୦୨୭ ଆର୍ଥିକ ବର୍ଷ ସୁଦ୍ଧା ଏହାକୁ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଭୁବନେଶ୍ୱର ଜୟଦେବ ବିହାର ଓ ନନ୍ଦନକାନନକୁ ସଂଯୋଗ କରୁଥିବା ନୂଆ ଫ୍ଲାଏ ଓଭର ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଗଣମାଧ୍ୟମ ସହ ଆଲୋଚନା ବେଳେ ହରିଚନ୍ଦନ କହିଛନ୍ତି ଯେ ଓଭରବ୍ରିଜ୍ ପାଇଁ ପ୍ରାରମ୍ଭିକ ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରିସାରିଛନ୍ତି ଏବଂ ବର୍ତ୍ତମାନ ପ୍ରକଳ୍ପ ପାଇଁ ବୈଷୟିକ ରୂପରେଖ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦିଆଯିବ। ଜୟଦେବ ବିହାର ଛକରୁ ନନ୍ଦକନ ଛକ ପର୍ଯ୍ୟନ୍ତ ୪ ଲେନ୍ ବିଶିଷ୍ଟ ଫ୍ଲାଏ ଓଭର ନିର୍ମାଣ ପାଇଁ ବର୍ତ୍ତମାନର ଯୋଜନା ରହିଛି। ଯାତ୍ରୀମାନଙ୍କୁ ଉପଯୁକ୍ତ ସୁବିଧା ଦେବା ପାଇଁ ରାସ୍ତାର ପ୍ରମୁଖ ଛକରେ ଆପ୍ରୋଚ୍ ଏବଂ ପଳାୟନ…

Read More