Author: NAZMEEN PARWEEN

ଗତ ଫେବ୍ରୁଆରି ୯ ତାରିଖରେ ଭାରତ-ଇଂଲଣ୍ଡ ଦିନିକିଆରେ ଫ୍ଲଡ୍ ଲାଇଟ୍ ରେ ତ୍ରୁଟି ଦେଖାଦେବାପରେ କଟକବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜନ କରିବାକୁ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବିସିସିଆଇକୁ ଅନୁରୋଧ କରିଥିଲେ। କଟକ ବାରବାଟୀ ଷ୍ଟାଡିୟମର ୬ଟି ଫ୍ଲଡ୍ ଲାଇଟ୍ ମଧ୍ୟରୁ ଗୋଟିଏ ଦ୍ୱିତୀୟ ଇନିଂସର ପ୍ରାୟ ସପ୍ତମ ଓଭରରେ ଖରାପ ହୋଇ ଷ୍ଟାଡିୟମର ଏକ ଅଂଶକୁ ଅନ୍ଧାରରେ ପକାଇ ବାଧ୍ୟ ହେବା ସହ ଖେଳାଳିମାନେ ପଡ଼ିଆ ରୁ ବାହାରକୁ ଯିବାକୁ ବାଧ୍ୟ ହେବା ସହ ସାରା ଦେଶର ନାଗରିକମାନେ ମଧ୍ୟ ଲାଲମୁହଁରେ ପଡ଼ିଥିଲେ। ଅନ୍ୟପକ୍ଷରେ ଓଡ଼ିଶା କ୍ରୀଡ଼ା ବିଭାଗ ପକ୍ଷରୁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)କୁ କାରଣ ଦର୍ଶାଅ ନୋଟିସ୍ ଜାରି କରି ୧୦ ଦିନ ମଧ୍ୟରେ ସ୍ପଷ୍ଟୀକରଣ ଦେବାକୁ ଦାବି କରାଯାଇଛି। ଏହାପରେ କ୍ରୀଡ଼ାମନ୍ତ୍ରୀ ଏହି ଘଟଣାକୁ ଦୁର୍ଭାଗ୍ୟଜନକ ମନେ କରିବା ସହ ଭବିଷ୍ୟତରେ ଏହାର ପୁନରାବୃତ୍ତି ହେବ ନାହିଁ ଏବଂ ଖୁବ୍ ଶୀଘ୍ର ଷ୍ଟାଡିୟମରେ ନିୟମିତ ଅନ୍ତର୍ଜାତୀୟ…

Read More