Author: NAZMEEN PARWEEN

ପୁରୀ ଜଗନ୍ନାଥ ମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତିରେ ଜୈବିକ ଉତ୍ପାଦିତ ଚାଉଳ ଓ ପନିପରିବା ବ୍ୟବହାର ପାଇଁ ରାଜ୍ୟ ସରକାର ବୁଧବାର ଏକ ପରାମର୍ଶ ବୈଠକ କରିଛନ୍ତି। ଏହି ବୈଠକରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଅରବିନ୍ଦ କୁମାର ପାଢ଼ୀ ଅଧ୍ୟକ୍ଷତା କରିଥିବା ବେଳେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ସଚିବ ଅଛନ୍ତି। ବୈଠକରେ ମହାପ୍ରସାଦ ପାଇଁ ଜୈବିକ ଚାଉଳ ଓ ପନିପରିବା ବ୍ୟବହାର ସମ୍ପର୍କରେ ସମସ୍ତ ଦିଗ ଉପରେ ଆଲୋଚନା ହୋଇଥିଲା। ମହାପ୍ରସାଦକୁ ରାସାୟନିକ ମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ମହାପ୍ରସାଦରେ ଜୈବିକ ଚାଉଳ ଓ ପନିପରିବା ବ୍ୟବହାର ନିଷ୍ପତ୍ତିକୁ ସୁଆର-ମହାସୁଆର ନିଯୋଗ ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସ୍ୱାଗତ କରିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଜୈବିକ ଚାଉଳକୁ ଅଧିଷ୍ଠାତ୍ରୀ ଦେବତାଙ୍କ କୋଠା ଭୋଗରେ ବ୍ୟବହାର କରାଯିବ। ବାର୍ଷିକ ରଥଯାତ୍ରା ରେ ଭୋଗ ପ୍ରସ୍ତୁତିରେ ଜୈବିକ ଚାଉଳ ଓ ପନିପରିବା…

Read More