Author: NAZMEEN PARWEEN

ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ)ର ସଭାପତି ପଦ ପାଇଁ ବରିଷ୍ଠ କ୍ରୀଡ଼ା ପ୍ରମୋଟର ତଥା ଶିଳ୍ପପତି ପଙ୍କଜ ଲୋଚନ ମହାନ୍ତି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଗତବର୍ଷ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଇସ୍ତଫା ପରେ ଓସିଏ ସଭାପତି ପଦ ଖାଲି ପଡ଼ିଛି।ଏବେ ଓସିଏର ଉପସଭାପତି ଶ୍ରୀ ମହାନ୍ତି ହିଁ ଏକମାତ୍ର ପ୍ରାର୍ଥୀ ଭାବେ ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଫେବ୍ରୁଆରି ୧୪ତାରିଖରେ ନାମାଙ୍କନପତ୍ର ଯାଞ୍ଚ କରାଯିବ ଏବଂ ଫେବ୍ରୁଆରି ୧୫ତାରିଖରେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ ବୋଲି ଓସିଏ ପକ୍ଷରୁ କୁହାଯାଇଛି। ଆସନ୍ତା ୨୪ ତାରିଖରେ ଓସିଏର ଏଜିଏମ୍ ରେ ନୂଆ ସଭାପତି ଚୟନ କରାଯିବ। ଶ୍ରୀ ଦାସ ୨୦୨୨ରେ ଓସିଏର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଗତବର୍ଷ ଡିସେମ୍ବରମାସରେ ସେ ଏହି ପଦରୁ ଇସ୍ତଫା ଦେଇଥିଲେ।ଶ୍ରୀ ମହାନ୍ତି ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ କ୍ରିକେଟ  ଆସୋସିଏସନ୍ ର ସଭାପତି…

Read More