Author: Purva Paksha

Subhadra Yojana: ଓଡ଼ିଶାରେ ସୁଭଦ୍ରା ଯୋଜନାରେ ୨.୫ ଲକ୍ଷରୁ ଅଧିକ ଯୋଗ୍ୟ ହିତାଧିକାରୀ ଇ-କେୱାଇସି ଓ ଅନ୍ୟାନ୍ୟ ନିୟମ ପାଳନ କରୁନଥିବାରୁ ଆର୍ଥିକ ସହାୟତା ପାଇନାହାନ୍ତି। ଅଢ଼େଇ ଲକ୍ଷରୁ ଅଧିକ ଯୋଗ୍ୟ ମହିଳା ସୁଭଦ୍ରା ଯୋଜନାର ଲାଭ ପାଇବା ପାଇଁ ବ୍ୟାଙ୍କ ଆକାଉଣ୍ଟ ଡିବିଟି ସକ୍ଷମ କରିନାହାନ୍ତି। ଏହାବ୍ୟତୀତ ସେମାନେ ଏପର୍ୟ୍ୟନ୍ତ ଇ-କେୱାଇସି କରିନାହାନ୍ତି। ଏହି ହିତାଧିକାରୀମାନେ ଏପର୍ୟ୍ୟନ୍ତ ଏହି ଯୋଜନାର ଲାଭରୁ ବଞ୍ଚିତ ହୋଇଛନ୍ତି ବୋଲି ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ କୁହାଯାଇଛି। ଏହି ହିତାଧିକାରୀଙ୍କ ତାଲିକା ବ୍ଲକ, ପୌରପାଳିକା ଓ ମହାନଗର ନିଗମ ସ୍ତରରେ କର୍ତ୍ତୃପକ୍ଷଙ୍କ ନିକଟରେ ଉପଲବ୍ଧ ରହିଛି। ସମସ୍ତ ଯୋଗ୍ୟ ହିତାଧିକାରୀ, ଯେଉଁମାନେ ଏପର୍ୟ୍ୟନ୍ତ ସୁଭଦ୍ରା ଯୋଜନାର ଲାଭ ପାଇନାହାଁନ୍ତି, ସେମାନେ ତାଲିକା ଯାଞ୍ଚ କରନ୍ତୁ ଏବଂ ନିମ୍ନଲିଖିତ ଚାରିଟି ଆବଶ୍ୟକତା ସୁନିଶ୍ଚିତ କରନ୍ତୁ: ୧. ସେମାନଙ୍କର ଏକକ ଧାରକ ବ୍ୟାଙ୍କ ଆକାଉଣ୍ଟ ଥିବା ଆବଶ୍ୟକ । ୨. ବ୍ୟାଙ୍କ ଆକାଉଣ୍ଟ ହିତାଧିକାରୀଙ୍କ…

Read More