Author: Purva Paksha

Freebies: ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମାଗଣା ଯୋଜନାକୁ ନିନ୍ଦା କରିଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ। କୋର୍ଟ କହିଛନ୍ତି ଯେ ଲୋକମାନେ ମାଗଣା ରାସନ ଏବଂ ଟଙ୍କା ପାଉଥିବାରୁ କାମ କରିବାକୁ ଇଚ୍ଛୁକ ନୁହଁନ୍ତି। ଜଷ୍ଟିସ୍ ବି.ଆର.ଗାଭାଇ ଏବଂ ଜଷ୍ଟିସ୍ ଅଗଷ୍ଟିନ ଜର୍ଜ ମାସିଂହଙ୍କ ଖଣ୍ଡପୀଠ ଏହି ମନ୍ତବ୍ୟ ଦେଇଛନ୍ତି। ସହରାଞ୍ଚଳରେ ବାସହୀନ ବ୍ୟକ୍ତିଙ୍କ ଆଶ୍ରୟ ଅଧିକାର ସହିତ ଜଡ଼ିତ ଏକ ମାମଲାର ଶୁଣାଣି ଖଣ୍ଡପୀଠ କରୁଥିଲେ। ଜଷ୍ଟିସ୍ ଗଭାଇ କହିଛନ୍ତି ଯେ ଦୁର୍ଭାଗ୍ୟବଶତଃ, ଏହି ମାଗଣା ସୁବିଧା ଯୋଗୁଁ ଲୋକମାନେ କାମ କରିବାକୁ ପ୍ରସ୍ତୁତ ନୁହଁନ୍ତି। ସେମାନଙ୍କୁ ମାଗଣା ରାସନ ମିଳୁଛି। ସେମାନେ କୌଣସି କାମ ନ କରି ଟଙ୍କା ପାଉଛନ୍ତି। ମାମଲାର ଶୁଣାଣି ୬ ସପ୍ତାହ ପାଇଁ ସ୍ଥଗିତ ଆଟର୍ଣ୍ଣି ଜେନେରାଲ ଆର. ଭେଙ୍କଟରମଣି ଖଣ୍ଡପୀଠକୁ କହିଥିଲେ ଯେ କେନ୍ଦ୍ର ସରକାର ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମିଶନକୁ ଚୂଡ଼ାନ୍ତ କରିବା ପ୍ରକ୍ରିୟାରେ ଅଛନ୍ତି, ଯାହା ଅଧୀନରେ ସହରାଞ୍ଚଳରେ ବାସହୀନଙ୍କୁ…

Read More