Author: Purva Paksha

ଖରାଦିନକୁ ଆଖି ଆଗରେ ରଖି ୭୦ଜଣ ଜନସଂଖ୍ୟା ଥିବା ଗାଁରେ ନଳକୂପ ଖୋଳାଯିବ। ଯେଉଁ ଗାଁରେ ୭୦ରୁ ଅଧିକ ଜନସଂଖ୍ୟା ଥିବ ସେଠାରେ ୨ଟି ନଳକୂପ ବସିବ। ଏନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ପାନୀୟ ଜଳ ଯୋଗାଣ ବିଭାଗ। ଆବଶ୍ୟକ ପଡ଼ିଲେ ଟ୍ୟାଙ୍କର ମାଧ୍ୟମରେ ପାଣି ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି। ଏପରିକି ଖରା ଦିନରେ ସୋଲାର ପମ୍ପ ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦେବେ ସରକାର। ଜଙ୍ଗଲ ଅଞ୍ଚଳରେ ସମସ୍ୟା ଥିବାରୁ କେନ୍ଦ୍ରକୁ ଏନେଇ ପ୍ରସ୍ତାବ ଯାଇଛି। ୨୦୨୫ମାର୍ଚ୍ଚ ସୁଦ୍ଧା ୭୨ଟି ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟ ସରିବ। ଏହାସହ ୨୦୨୬ ମାର୍ଚ୍ଚ ସୁଦ୍ଧା ମେଗା ପ୍ରୋଜେକ୍ଟ ଶେଷ ହେବ। ଏଥିପାଇଁ ୩ରୁ ୩ଟି ଏଗ୍ରିମେଣ୍ଟ ହୋଇଛି। ଆରଡବ୍ଲ୍ୟୁଏସଏସ ଓ ଡିଡବ୍ଲ୍ୟୁଏସଏସ ଦ୍ୱାରା ଦୁର୍ଗମ ଅଞ୍ଚଳରେ ପାନୀୟଜଳ ଯୋଗାଣ ପାଇଁ କଲେକ୍ଟର ଓ ସରପଞ୍ଚଙ୍କୁ କ୍ଷମତା ଦିଆଯାଇଛି। ଅଭିଯୋଗ ଶୁଣାଣିବେଳେ ପ୍ରସ୍ତାବ ଆସିଲେ ତୁରନ୍ତ…

Read More