Author: Purva Paksha

ଦୋଳପୂର୍ଣ୍ଣମୀ ଓ ହୋଲି ପରେ ପୁଣିଥରେ ବିଧାନସଭାର ବଜେଟ୍‍ ଅଧିବେଶନ ବୈଠକ ଆଜିଠାରୁ ଆରମ୍ଭ ହେବ। ଶାସକ ଦଳ ପକ୍ଷରୁ ଗୃହରେ ବଜେଟ୍‍ ଆଲୋଚନା ଲାଗି ପ୍ରସ୍ତୁତି ହୋଇଥିବାବେଳେ ବିରୋଧୀ କଂଗ୍ରେସ ଓ ବିଜେଡି ପକ୍ଷରୁ ବିଭିନ୍ନ ସାମାଜିକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ବିରୋଧ ପ୍ରଦର୍ଶନ ହୋଇପାରେ। ଆଇନ ଶୃଙ୍ଖଳା ପରିସ୍ଥିତି ଓ ନାରୀ ନିର୍ଯାତନାକୁ କଂଗ୍ରେସ ପୂର୍ବଭଳି ପ୍ରସଙ୍ଗ କରିବ ବୋଲି ଜଣାପଡ଼ିଛି। ଅପରପକ୍ଷେ ମୁଖ୍ୟମନ୍ତ୍ରୀଙ୍କୁ ତତ୍‍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପତ୍ନୀଙ୍କ ଚିଠି ଆଜି ବିଧାନସଭା ପରିବେଶରେ ରାଜନୀତିକୁ ସରଗରମ କରିପାରେ। ଶାସକ ଦଳ ଏହାକୁ ନେଇ ବିଜେଡିର ମୁହଁ ବନ୍ଦ କରିପାରନ୍ତି। ବିଧାନସଭାର ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆଜି ଓଡ଼ିଶାର ଶିଳ୍ପ ଓ ନଗର ଉନ୍ନୟନ ବିଭାଗର ବଜେଟ୍‍ ଉପସ୍ଥାପନ ହୋଇପାରେ।  ଶିଳ୍ପ ବିଭାଗ ପାଇଁ ୮୬୮ କୋଟି ୧୪ ଲକ୍ଷ ୯୨ ହଜାର ଟଙ୍କାର ବ୍ୟୟ ମଞ୍ଜୁରୀ ପ୍ରସଙ୍ଗରେ ଆଲୋଚନା ପାଇଁ ମନ୍ତ୍ରୀ…

Read More