Author: Purva Paksha

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ନବ ଦାସଙ୍କ ପତ୍ନୀ ମିନତୀ ଦାସ। ଉଭୟ ଇମେଲ ଏବଂ  ଡାକ ମାଧ୍ୟମରେ ଏହି ଚିଠିକୁ ସେ ପଠାଇଥିବା ସୂଚନା ଦେଇଛନ୍ତି ନବଙ୍କ ପୁଅ ବିଶାଲ୍‍ ଦାସ। ଏଥିରେ ମୁଖ୍ୟମନ୍ତ୍ରୀଙ୍କୁ ଆଲୋଚନା ପାଇଁ ସମୟ ମାଗିଥିବା ଶ୍ରୀ ଦାସ କହିଛନ୍ତି। ୨୯ ଜାନୁୟାରୀ, ୨୦୨୩ ମସିହାରେ ତତ୍‍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଝାରସୁଗୁଡ଼ାର ଏକ ସାଧାରଣ ସମାବେଶରେ ଯୋଗ ଦେବାଲାଗି ଆସୁଥିବାବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ତାଙ୍କ ସୁରକ୍ଷା କର୍ମୀ ଗୋପାଳ ଦାସଙ୍କୁ ସେ ସମୟରେ କ୍ରାଇମ୍‍ ବ୍ରାଞ୍ଚ ଏହି ଅଭିଯୋଗରେ ଗିରଫ କରିଥିଲା। ଘଟଣାର କାରଣ ଏ ଯାଏ ଜଣାପଡ଼ି ନ ଥିଲେ ମଧ୍ୟ ଏହାକୁ ଏକ ରାଜନୀତିକ ହତ୍ୟା ବୋଲି  ସେତେବଳେ ବିରୋଧୀ ଦଳରେ ଥିବା ବିଜେପି ଅଭିଯୋଗ କରିଥିଲା। କିନ୍ତୁ ସରକାରୀ କଳ ପକ୍ଷରୁ ବିଭିନ୍ନ ପ୍ରମାଣ ଏବଂ ନିରପେକ୍ଷ ତଦନ୍ତର ଉଦାହରଣ…

Read More