Author: Purva Paksha

କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ ଶାହା ଆସନ୍ତା ୨୨ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ସେ ୧୦ଟି ଅଗ୍ନିଶମ କେନ୍ଦ୍ରର ଶିଳାନ୍ୟାସ କରିବା ସହ ୨୫ଟି ରାପିଡ୍ ରେସପନ୍ସ ଗାଡ଼ିର ଶୁଭାରମ୍ଭ କରିବେ। ତେବେ ରାଜନୈତିକ ଦୃଷ୍ଟିକୋଣରୁ ତାଙ୍କର ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବରିଷ୍ଠ ବିଜେପି ନେତାଙ୍କ ଗସ୍ତ ସମୟରେ ନିଗମ ଓ ବୋର୍ଡରେ ନିଯୁକ୍ତି ସହ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ବଡ଼ ନିଷ୍ପତ୍ତି ନିଆଯାଇପାରେ। ସେହିପରି ରାଜ୍ୟ ବିଜେପି ସଭାପତି ନିର୍ବାଚନ ପାଇଁ ପ୍ରକ୍ରିୟା ଚାଲିଥିବାବେଳେ ଶାହା ଏହା ଉପରେ ଚୂଡ଼ାନ୍ତ ମୋହର ଲଗାଇପାରନ୍ତି। ମନ୍ତ୍ରୀ, ନିଗମ ଓ ବୋର୍ଡ ମୁଖ୍ୟ ନିଯୁକ୍ତି ପାଇଁ ଜୋରଦାର ଲବି ଚାଲିଥିବାବେଳେ ସେ ରାଜ୍ୟ ଗସ୍ତରେ ଆସୁଛନ୍ତି। ପଦ ହରାଇବେ ମନ୍ତ୍ରୀ! ରାଜ୍ୟରେ ଗତ ୯ ମାସ ଧରି ବିଜେପି କ୍ଷମତାରେ ଥିଲେ ମଧ୍ୟ ୬ଟି ମନ୍ତ୍ରୀ ପଦ ଖାଲି ପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କୁ…

Read More