Author: Purva Paksha

ଆଜି ଲୋକସଭାରେ କେନ୍ଦ୍ର ରେଳ ବଜେଟ୍‍ ୨୦୨୫-୨୬ ବିଷୟରେ ଆଲୋଚନା ହେବ।  ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ ରେଳ ବିଭାଗର ବ୍ୟୟମଞ୍ଜୁରୀ ବିଧେୟକକୁ ଆଲୋଚନା କରାଯିବ। ଦେଶର ପ୍ରତି କୋଣରେ ରେଳ ସଂଯୋଗୀକରଣ, ସମସ୍ୟା ଓ ରେଳବାଇର ଆଧୁନୀକିକରଣ ପରିପ୍ରେକ୍ଷୀରେ ଏହି ଆଲୋଚନା ସରଗରମ ହେବାର ସମ୍ଭାବନା ରହିଛି। ଅପରପକ୍ଷେ ପ୍ରତି ସାଂସଦ ଏହି ଆଲେରଚନାରେ ଭାଗ ନେଇ ନିଜ ନିଜ  ନିର୍ବାଚନ ମଣ୍ଡଳୀର ସମସ୍ୟ୍ୟା ବାବଦରେ ମନ୍ତ୍ରୀଙ୍କ ଧ୍ୟାନ ଆକର୍ଷଣ କରିବାକୁ ଥିବାରୁ ଏହି ଆଲୋଚନା ଅଧିକ ଲମ୍ବା  ହୋଇପାରେ। ଫେବୃୟାରୀ ୧ ତାରିଖଦିନ ସାଧାରଣ ବଜେଟ୍‍ ଉପସ୍ଥାପନ ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ରେଳ ବିଭାଗ ଲାଗି ବଜେଟ୍‍ ଉପସ୍ଥାପନ କରିଥିଲେ।  ୨୦୨୫-୨୫ ଆର୍ଥିକ ବର୍ଷ ଲାଗି ସମୁଦାୟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ଘୋଷଣା କରାଯାଇଥିଲା। ଏହାପରେ ଫେବୃୟାରୀ ୩ ତାରିଖରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କେଉଁ ରାଜ୍ୟକୁ କେତେ ବଜେଟ୍‍ ଆବଣ୍ଟନ…

Read More