Author: Purva Paksha

ସମାଜର ବରିଷ୍ଠ ନାଗରିକମାନଙ୍କର ଯତ୍ନ ନେବା ସହିତ ସେମାନଙ୍କୁ ପରିବାରର ଭଳି ଯତ୍ନ ସ୍ନେହ ପ୍ରଦାନ କରିବା ପାଇଁ ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଅଞ୍ଚଳରେ ଥିବା ଆଦୃତ ଚିଲଡ୍ରେନ ହୋମର ଆନନ୍ଦ ନିଳୟରେ ୱେଲନେସ କେନ୍ଦ୍ର ଉଦ୍‍ଘାଟିତ ହୋଇଯାଇଛି। ଏହି ଆନନ୍ଦ ନିଳୟ ୱେଲନେସ କେନ୍ଦ୍ରକୁ ଶିଳ୍ପପତି ସଂଧ୍ୟା ମହାନ୍ତି ଓ ପଦ୍ମଲୋଚନ ମହାନ୍ତି ତାଙ୍କ ଝିଅ ରୁମି ମହାନ୍ତିଙ୍କ ସ୍ମୃତିରେ ତାଙ୍କ ପିତା ମାନଗୋବିନ୍ଦ ମହାନ୍ତିଙ୍କ ଶ୍ରାଦ୍ଧ ଦିବସରେ ଉତ୍ସର୍ଗ କରିଛନ୍ତି। ଆନନ୍ଦ ନିଳୟରେ ୧୨୮ଜଣ ବରିଷ୍ଠନାଗରିକଙ୍କର ରହିବାର ବ୍ୟବସ୍ଥା କରାଯାଇଛି। ବରିଷ୍ଠ ନାଗରିକମାନଙ୍କ ପାଇଁ ଆନନ୍ଦ ନିଳୟରେ ସବୁ ପ୍ରକାରର ସୁସୁବିଧା ରହିଛି। ସେମାନଙ୍କ ପାଇଁ ପ୍ରାର୍ଥନା କକ୍ଷ, ଫିଜିଓଥେରାପି କେନ୍ଦ୍ର ସମେତ ସମସ୍ତ ପ୍ରକାରର ଆଧୁନିକ ଚିକିତ୍ସାର ଉତ୍ତମ ବ୍ୟବସ୍ଥା ରହିଛି। ଏହି କେନ୍ଦ୍ରକୁ ପରିଚାଳନା କରିବ ଆଦୃତ ଚିଲଡ୍ରେନ ହୋମ। ଯାହାଦ୍ୱାରା ବରିଷ୍ଠ ନାଗରିକମାନେ ପିଲାଙ୍କୁ ତାଙ୍କ ଜୀବନର ଅନୁଭୂତି ବାଣ୍ଟିବେ ଓ ନୂତନ ପିଢ଼ିର…

Read More