Author: Purva Paksha

ସାରାରାଜ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଅମଲାତାନ୍ତ୍ରିକ ପଦବୀ ଖାଲି ପଡ଼ିଥିବାରୁ ଓଡ଼ିଶା ସରକାର ଘୋର ପ୍ରଶାସନିକ ସଙ୍କଟ ଦେଇ ଗତି କରୁଛନ୍ତି।ନିକଟରେ ଓଡ଼ିଶା ବିଧାନସଭା ଅଧିବେଶନ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତର ଦେଇ ପ୍ରଶାସନିକ ପଦବୀର ସ୍ଥିତି ସମ୍ପର୍କରେ ଆଲୋକପାତ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଶାରେ ଏବେ ୬୭ଟି ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଓ ୬୯ଟି ଭାରତୀୟ ପୁଲିସ ସେବା (ଆଇପିଏସ୍) ପଦବୀ ଖାଲି ପଡ଼ିଛି। ସେହିଭଳି ୬୯ ଭାରତୀୟ ଜଙ୍ଗଲ ସେବା (ଆଇଏଫ୍ଏସ୍) ପଦବୀ ବି ଖାଲି ପଡ଼ିଛି। ଆଇଏଏସ୍ ଓ ଆଇପିଏସ୍ ପଦବୀ ବ୍ୟତୀତ ଅନ୍ୟକେତେକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ସେବାରେ  କର୍ମଚାରୀ ଅଭାବର ଗୁରୁତର ଆକାର ଧାରଣ କରିଛି। ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଓ ଓଡ଼ିଶା ପୁଲିସ ସେବା (ଓପିଏସ୍)ରେ ୨୫୩ଟି ପଦବୀ ଖାଲି ପଡ଼ିଥିବାବେଳେ ୨୭୪ ଓଡ଼ିଶା ଫାଇନାନ୍ସ ସର୍ଭିସ (ଓଏଫ୍ଏସ୍) ପଦବୀ ପୂରଣ ହେବା ପାଇଁ…

Read More