Author: Purva Paksha

Statue of liberty: ଆମେରିକା ଓ ଫ୍ରାନ୍ସଙ୍କ ମଧ୍ୟରେ ଐତିହାସିକ ସମ୍ପର୍କର ସୂଚକ ‘ଷ୍ଟାଚ୍ୟୁ ଅଫ୍‍ ଲିବର୍ଟି’କୁ ନେଇ ଏକ ନୂତନ ବିବାଦ ଆରମ୍ଭ ହୋଇଛି। ୟୁରୋପୀୟ ସାଂସଦମାନେ ଓ ଫ୍ରାନ୍ସର ଏକ ବାମପନ୍ଥୀ ଦଳର ସହ-ଅଧ୍ୟକ୍ଷ ରାଫେଲ୍ ଗ୍ଲୁକ୍ସମାନ୍ ଅମେରିକାରୁ ଏହାକୁ ଫେରାଇ ଆଣିବାକୁ ଦାବି କରିଛନ୍ତି। ତାଙ୍କର କହିବା ଅନୁସାରେ ଅମେରିକା ବର୍ତ୍ତମାନ ଏହି ଐତିହାସିକ ସ୍ମାରକ ପାଇଁ ଯୋଗ୍ୟ ନୁହେଁ। ଷ୍ଟାଚ୍ୟୁ ଅଫ୍ ଲିବର୍ଟି କେବଳ ଏକ ପ୍ରତିମୂର୍ତ୍ତି ନୁହେଁ, ବରଂ ସ୍ୱାଧୀନତା ଓ ଗଣତନ୍ତ୍ରର ପ୍ରତୀକ। ଆମେରିକାର ନ୍ୟୁୟର୍କରେ ଥିବା ଏହି ଐତିହାସିକ ଐତିହ୍ୟକୁ ଫ୍ରାନ୍ସ ୧୮୮୬ ମସିହାରେ ଆମେରିକାକୁ ଉପହାର ଦେଇଥିଲା। ଏହାର କାରଣ ଥିଲା ଉଭୟ ଦେଶର ସମାନ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ବିଶ୍ୱାସ। କିନ୍ତୁ ଏବେ ପ୍ରାୟ ୧୪୦ ବର୍ଷ ପରେ ଫ୍ରାନ୍ସରେ ଏକ ନୂଆ ବିତର୍କ ଆରମ୍ଭ ହୋଇଛି। ପ୍ରଶ୍ନ ଉଠୁଛି, ଆମେରିକା ଏବେବି ଏହି ଉପହାର ପାଇବାକୁ ଯୋଗ୍ୟ…

Read More