Author: Purva Paksha

ସୀମା ପୁନଃନିର୍ଦ୍ଧାରଣକୁ ନେଇ ଦେଶରେ ରାଜନୀତି ସରଗରମ ହେଉଛି। ଦୁଇଦିନ ହେଲା ସଂସଦ ଏ ବିଷୟକୁ ନେଇ ଉଠୁଛି-ପଡ଼ୁଛି। ତାମିଲନାଡ଼ୁର ସଦସ୍ୟମାନେ ଗୃହକୁ ‘ଫେୟାର ଡିଲିମିଟେସନ୍‍’ ବା ‘ପରିସୀମନରେ ଯଥାର୍ଥତା’କୁ ସ୍ଲୋଗାନ ଭାବେ ଟି-ସାର୍ଟରେ ଲେଖି ଗୃହରେ ବିରୋଧ ପ୍ରଦର୍ଶନ କରିବାରୁ ଲୋକସଭାକୁ ବାରମ୍ବାର ମୁଲତବୀ କରିବାକୁ ପଡ଼ିଛି।  ଆସନ୍ତାକାଲି ଚେନ୍ନାଇଠାରେ ଏ ନେଇ ଏକ ବିରାଟ ସମାବେଶ ବି ଆୟୋଜନ ହେଉଛି। ବିଜେପି ଏହାକୁ ‘ନଈ ନ ଦେଖୁଣୁ ଲଙ୍ଗଳା’ ହେବା ପରିସ୍ଥିତି ବୋଲି ଅଭିହିତ କରୁଥିଲେ ମଧ୍ୟ ଜନସଂଖ୍ୟା ଆଧାରରେ ହେବାକୁ ଥିବା ସୀମା ନର୍ଦ୍ଧାରଣ ଓଡ଼ିଶା ଭଳି କ୍ଷୁଦ୍ର ରାଜ୍ୟକୁ ଦେଶର ରାଜନୀତିରେ ଆଗକୁ ଆହୁରି ସଙ୍କୁଚିତ ହେବାକୁ ବାଧ୍ୟ କରିବ। ହିନ୍ଦିଭାଷୀ ଉତ୍ତରପ୍ରଦେଶ, ବିହାର, ରାଜସ୍ଥାନ ଓ ମଧ୍ୟପ୍ରଦେଶ ତୁଳନାରେ ଓଡ଼ିଶା ନିଜର ରାଜନୀତିକ ସତ୍ତା ହରାଇବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ତାମିଲନାଡ଼ୁକୁ ଶାସନ କରୁଥିବା ଡିଏମକେ ବା ଦ୍ରାବିଡ଼ ମୁନ୍ନେତ୍ର କଜଗମ୍ ଦ୍ୱାରା…

Read More