Author: Purva Paksha

ପ୍ରଧାନମନ୍ତ୍ରୀ ହେବାର ୧୧ବର୍ଷ ପରେ ପ୍ରଥମ ଥର ପାଇଁ ନରେନ୍ଦ୍ର ମୋଦୀ ସଂଘ ମୁଖ୍ୟାଳୟକୁ ଯିବାର ସମ୍ଭାବନା ରହିଛି। ଫଳରେ ବିଜେପିର ପରବର୍ତ୍ତୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବା ପାଇଁ ‘ରବର ଷ୍ଟାମ୍ପ୍’ ପରିବର୍ତ୍ତେ ଜଣେ ଶକ୍ତିଶାଳୀ ନେତାଙ୍କୁ ପସନ୍ଦ କରିବ ବୋଲି ଆର୍‍ଏସ୍ଏସ୍ କହିଛି। ଆର୍‍ଏସ୍‍ଏସ୍‍ ଏପର୍ଯ୍ୟନ୍ତ କୌଣସି ପ୍ରସ୍ତାବିତ ନାମ ଯାଞ୍ଚ କରିନଥିବାରୁ ବିଜେପି ଦଳର ନୂଆ ଅଧ୍ୟକ୍ଷ ଚୟନ କରିପାରୁନାହିଁ। ଏହା ମୋଦୀଙ୍କୁ ସଂଘ ମୁଖ୍ୟ ମୋହନ ଭାଗବତଙ୍କୁ ଭେଟିବାକୁ ବାଧ୍ୟ କରିଛି। ବର୍ତ୍ତମାନର ବିଜେପି ମୁଖ୍ୟ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ୨୦୨୪ ଜାନୁଆରିରେ ଶେଷ ହୋଇଛି ଏବଂ ଏହାକୁ ବୃଦ୍ଧି କରାଯାଉଛି। ଏହି ପରିପ୍ରେକ୍ଷୀରେ ମୋଦୀ ମାର୍ଚ୍ଚ ୩୦ରେ ନାଗପୁର ଗସ୍ତରେ ଯାଇ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ଏବଂ ସହରରେ ଥିବା ଆର୍‍ଏସ୍‍ଏସ୍‍ ମୁଖ୍ୟାଳୟରେ ଭାଗବତଙ୍କ ସହ ୱାନ୍ ଟୁ ୱାନ୍ ବୈଠକ କରିବାର ସମ୍ଭାବନା ରହିଛି। ସଂଘ ସହିତ ମୋଦୀ…

Read More