Author: Purva Paksha

ନୂଆଦିଲ୍ଲୀରେ ଡକାଯାଇଥିବା ଚତୁର୍ଥ ଜାତୀୟ ସାଗରମାଳା ଆପେକ୍ସ କମିଟି (ଏନଏସଏସି) ବୈଠକରେ ଓଡ଼ିଶା ସାମୁଦ୍ରିକ ବିକାଶ ପ୍ରତି ନିଜର ସମର୍ପଣ ଦୋହରାଇଛି। ରାଜ୍ୟରେ ୪୮୦ କିଲୋମିଟର ସମୁଦ୍ର ଉପକୂଳ ରହିଛି ଏବଂ ପାରାଦୀପ ବନ୍ଦର ସହିତ ଅନେକ ଘରୋଇ ବନ୍ଦର ରହିଛି । ୨୦୨୩-୨୪ ଆର୍ଥିକ ବର୍ଷରେ ପାରାଦୀପ ବନ୍ଦର ୧୪୫.୩୮ ନିୟୁତ ମେଟ୍ରିକ୍ ଟନ୍ ପରିବହନ କରି ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ହାସଲ କରିଛି, ଯାହା କି ପ୍ରମୁଖ ଭାରତୀୟ ବନ୍ଦର ଗୁଡ଼ିକ ମଧ୍ୟରେ ସର୍ବାଧିକ। କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାଗରମାଳା କାର୍ଯ୍ୟକ୍ରମ ଅଧୀନରେ ସାମୁଦ୍ରିକ ଭିତ୍ତିଭୂମି ପାଇଁ ପଦକ୍ଷେପ, ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ଏବଂ ସାମୁଦ୍ରିକ ଅମୃତ କାଳ ଭିଜନ ୨୦୪୭ ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା। ବନ୍ଦର ଆଧୁନିକୀକରଣରେ ଉନ୍ନତି ଆଣିବା, ମଲ୍ଟିମୋଡାଲ୍ ଯୋଗାଯୋଗ ବୃଦ୍ଧି ଏବଂ ଉପକୂଳ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ସାଗରମାଳା ୨.୦ ଉପରେ ଗୁରୁତ୍ବ ଦିଆଯାଇଥିଲା।…

Read More