Author: Purva Paksha

ବରିଷ୍ଠ ଅଭିନେତା ମନୋଜ କୁମାରଙ୍କ ନିଧନ ହୋଇଯାଇଛି। ସେ ନିଜର ଚଳଚ୍ଚିତ୍ର ଓ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିଥିଲେ। ମନୋଜ କୁମାର ଏପରି ଜଣେ ଅଭିନେତା ଥିଲେ, ଯିଏ ନିଜ ଚଳଚ୍ଚିତ୍ର ମାଧ୍ୟମରେ ଦେଶଭକ୍ତି ଓ ସାମାଜିକ ସନ୍ଦେଶ ପ୍ରଦାନ କରିଥିଲେ। ତାଙ୍କ ନିଧନ ସହିତ ହିନ୍ଦୀ ସିନେମା ଜଗତ ଜଣେ ବରିଷ୍ଠ କଳାକାରଙ୍କୁ ହରାଇଛି , କିନ୍ତୁ ତାଙ୍କ ଚଳଚ୍ଚିତ୍ରଗୁଡ଼ିକର ଛାପ ସବୁବେଳେ ଲୋକଙ୍କ ହୃଦୟରେ ରହିବ। ବଲିଉଡରେ ମନୋଜ କୁମାରଙ୍କ ସାହସୀ ମନୋଭାବର ଅନେକ କାହାଣୀ ଶୁଣିବାକୁ ମିଳେ, କିନ୍ତୁ ଏପରି ଏକ କାହାଣୀ  ଅଛି ଯାହା ଇନ୍ଦିରା ଗାନ୍ଧୀଙ୍କ ସହ ଜଡ଼ିତ। ଏହି କାହାଣୀ ସେହି ସମୟର ଯେତେବେଳେ ମନୋଜ କୁମାର ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳୀନ ସ୍ଥିତି (ଇମରଜେନ୍ସି)ର ଜୋରଦାର ବିରୋଧ କରିଥିଲେ। ଇମରଜେନ୍ସି ସମୟରେ ମନୋଜ କୁମାରଙ୍କ ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ପ୍ରାରମ୍ଭିକ ସମୟରେ ଇନ୍ଦିରା ଗାନ୍ଧୀ ଓ ମନୋଜ କୁମାରଙ୍କ ମଧ୍ୟରେ ସବୁକିଛି…

Read More