Author: Purva Paksha

ଆମେରିକା ଟାରିଫର ପ୍ରଭାବ ଦ୍ୱିତୀୟ ଦିନ ମଧ୍ୟ ଭାରତୀୟ ବଜାରରେ ଦେଖାଦେଇଛି ଲଗାତାର ଦ୍ୱିତୀୟ ଦିନ ଏବଂ କାରୋବାରୀ ସପ୍ତାହର ଶେଷ ଦିନରେ ପ୍ରାରମ୍ଭିକ କାରବାରରେ ସେନସେକ୍ସ ପ୍ରାୟ ୮୦୦ରୁ ଅଧିକ ପଏଣ୍ଟ ତଳକୁ ଖସିଛି। ସେହିପରି ନିଫ୍ଟିରେ ମଧ୍ୟ ପ୍ରାୟ ୩୦୦ ପଏଣ୍ଟର ହ୍ରାସ ଦେଖାଦେଇଛି। ଏହା ସହିତ ପ୍ରାରମ୍ଭିକ କାରବାରରେ ଅମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାରେ ହ୍ରାସ ଦେଖାଦେଇଛି। ଟଙ୍କା ଅମେରିକୀୟ ଡଲାର ତୁଳନାରେ ୮୪.୯୯କୁ ଖସି ପଡ଼ିଛି। ଏକ ଦିନ ପୂର୍ବେ ମଧ୍ୟ ସେନସେକ୍ସ ଏବଂ ନିଫ୍ଟିରେ ବଡ଼ ଧରଣର ହ୍ରାସ ଦେଖାଦେଇଥିଲା। ଦିନକ ପୂର୍ବରୁ ଭାରତୀୟ ବଜାରରେ ବଡ଼ ଧରଣର ହ୍ରାସ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ସମେତ ୬୦ଟି ଦେଶ ଉପରେ ଜବାବୀ ଶୁଳ୍କ ଲଗାଇବା ଘୋଷଣା ପରେ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ଶେୟାରରେ ବିକ୍ରି ଏବଂ ବିଶ୍ୱସ୍ତରୀୟ ଦୁର୍ବଳ ପ୍ରବଣତା ଯୋଗୁଁ ବଜାର କ୍ଷତିରେ ରହିଥିଲା। ୩୦ଟି ଶେୟାର ଆଧାରିତ…

Read More