Author: Purva Paksha

ରାଜ୍ୟର ମୁଖ୍ୟ ବିରୋଧିଦଳ ବିଜୁ ଜନତା ଦଳରେ ଏବେ କିଏ କୁଆଡ଼େ ତାହାର କିଛି ଖୋଜଖବର ନାହିଁ। କେଉଁଠି ଶୃଙ୍ଖଳା, କେଉଁଠି ବିଶୃଙ୍ଖଳା ତାହାର ହିସାବ ବି କେହି ରଖୁ ନାହାନ୍ତି। ବାପା-ମା’ ଛେଉଣ୍ଡ ହେଲାପରି ରାଜ୍ୟରେ ଯେମିତି କେନ୍ଦ୍ରରେ ବି ସେମିତି ବୁଲୁଛି ବିଜୁ ଜନତା ଦଳ। ଅର୍ଥାତ୍‍ ନେତାଙ୍କ ନେତା କିଏ ତାହା ରହିଛି ଅସ୍ପଷ୍ଟ। ଏପରିକି ରାଜ୍ୟର ସଂଖ୍ୟାଲଘୁଙ୍କ ସ୍ୱାର୍ଥ ସୁରକ୍ଷା ଲାଗି ଗଢ଼ା ହୋଇଥିବା ବିଜେଡି ସଂଖ୍ୟାଲଘୁ ସେଲରେ ବି ବିଭାଜନ ରାଜନୀତି ଚରମରେ ପହଞ୍ଚିଛି। ଏମିତି ପରିସ୍ଥିତିରେ ନବୀନଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠିଛି। ନବୀନ କ’ଣ ରାଜ୍ୟରେ କେବଳ କ୍ଷମତା ଉପଭୋଗ କରିବାକୁ ଆସିଥିଲେ। ଆଉ ଯେତେବେଳେ ଦାୟିତ୍ୱ ପଡ଼ୁଛି ସେତେବେଳେ ନିଜକୁ ଦୂରେଇ ରଖୁଛନ୍ତି ବୋଲି ପ୍ରଶ୍ନ ଉଠିଲାଣି। ଏ ବିଷୟକୁ ନେଇ ଆଜିର ଆଲୋଚନା। କୁହାଯାଉଛି ପାଣ୍ଡିଆନ୍‍ଙ୍କ ଶ୍ରଦ୍ଧାରେ ବୁଡ଼ି ରହିଥିବା ନବୀନ ଏବେ ଦଳ କଥା ସମ୍ପୂର୍ଣ୍ଣ ଭୁଲିଗଲେଣି।…

Read More