Author: Purva Paksha

ଗତ କିଛି ବର୍ଷ ଧରି ବିଜୁ ଜନତା ଦଳର ହର୍ତ୍ତାକର୍ତ୍ତା ସାଜିଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍‍ଙ୍କ ଏକାନ୍ତ ଘନିଷ୍ଠ ସାଂସଦ ସସ୍ମିତ ପାତ୍ର ବିଜେପିରେ ଯୋଗ ଦେବେ କି? କାରଣ ଏହା ପୂର୍ବରୁ ପାଣ୍ଡିଆନ୍‍ଙ୍କ ଆଉଜଣେ ବ୍ଲୁ ଆଇଡ୍‍ ବୟ ଅକ୍ସଫୋର୍ଡ ଫେରନ୍ତା ନେତା ସୁଜିତ୍‍ କୁମାର ବିଜେପିରେ ଯୋଗ ଦେଇ ସମସ୍ତଙ୍କୁ ଚମକାଇ ଦେଇଥିଲେ। ଏବେ ଯେଉଁଭଳି ଭାବେ ସସ୍ମିତଙ୍କ ଆଚରଣ ଓ ଉଚାରଣ ହୋଇଛି ସେଥିରୁ ଏ ଚର୍ଚ୍ଚା ସାମ୍ନାକୁ ଆସୁଛି ଯେ ସତରେ ନବୀନ ଡବଲ ଗେମ୍‍ ଖେଳୁ ନାହାନ୍ତି ତ ! ନିଜକୁ ନିଜେ ଦୁର୍ବଳ କରୁନାହାନ୍ତି ତ? ନା କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ଭାଷାରେ ନବୀନ ଗୃହବନ୍ଦୀ ହୋଇ ରହିଛନ୍ତି? ଏ ବିଷୟକୁ ନେଇ ଆଜିର ଆଲୋଚନା। ନିର୍ବାଚନ ପୂର୍ବରୁ ତତ୍‍କାଳୀନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ପ୍ରଶାସନ ଜଣଙ୍କ ଇଙ୍ଗିତରେ ପରିଚାଳିତ ହେଉଛି ଏବଂ ନବୀନ ଖୋଦ୍‍ ତାଙ୍କରି ଜଣେ ‘ସଖି କଣ୍ଢେଇ’…

Read More