Author: Purva Paksha

ଚଳିତ ମାସରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ପୁନର୍ଗଠନ କରାଯିବ। ଏହା ପର ମାସରେ ଜିପିଏଲଏଫ୍‍, ସିଏଲଏଫ୍‍ ଓ ବିଏଲଏଫ୍‍ର ପୁନର୍ଗଠନ କରାଯିବ। ଏହାସହ  ଜିଲ୍ଲାସ୍ତର ଓ ରାଜ୍ୟସ୍ତରରେ ସଙ୍ଗଠନରେ ମଧ୍ୟ ନୂଆ ନିଯୁକ୍ତି ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ପୂର୍ବରୁ ଯେଉଁମାନେ ୨ଥର ଅର୍ଥାତ୍ ୪ ବର୍ଷରୁ ଅଧିକ କାର୍ଯ୍ୟ କରିସାରିଛନ୍ତି ସେମାନଙ୍କୁ ଆଉ ସୁଯୋଗ ମିଳିବ ନାହିଁ। ସେମାନଙ୍କୁ ବାହାର କରି ନୂଆ ମହିଳାଙ୍କୁ ସୁଯୋଗ ଦିଆଯିବ ବୋଲି ସେ କହିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀମତୀ ପରିଡ଼ା କହିଛନ୍ତି ଯେ ପୂର୍ବ ସରକାରରେ ବହୁ ମହିଳା ଏସଏଚଜିରୁ ବଞ୍ଚିତ ଅଛନ୍ତି।  ରାଜନୈତିକ ଉଦ୍ଦେଶ୍ୟ ରଖି ପୂର୍ବ ସରକାର ମହିଳାଙ୍କୁ ଏସଏଚଜି ସହ ଯୋଡ଼ିଥିଲେ। ଏପରିକି ବିନା ରେଜିଷ୍ଟ୍ରେସନରେ ଏସଏଚଜିକୁ କୋଟି କୋଟି ଟଙ୍କା ଦିଆଯାଇଛି। ରେଜିଷ୍ଟ୍ରେସନ ନ ଥିବାରୁ ଅଡିଟ୍‌ ହୋଇନାହିଁ ବୋଲି ସେ କହିଛନ୍ତି । ଏବେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି…

Read More