Author: Purva Paksha

ସମୀକ୍ଷିକା – ସୁସ୍ମିତା ମହାପାତ୍ର ଦୀର୍ଘ ଦିନର ବିରତି ପରେ, ବିମୁଗ୍ଧ ପାଠକଙ୍କ ପ୍ରତୀକ୍ଷାର ଅନ୍ତ ଘଟାଇ ଲୋକାର୍ପିତ ହୋଇଯାଇଛି, ବରିଷ୍ଠ କବି ହରମୋହନ ମିଶ୍ରଙ୍କ ଦ୍ଵିତୀୟ କବିତା ସଂକଳନ “ସ୍ପର୍ଶ”। ୧୯୯୮ ମସିହାରେ ତାଙ୍କର ପ୍ରଥମ କବିତା ସଙ୍କଳନ “ଭିନ୍ନରାଗ” ପ୍ରକାଶିତ ହୋଇ ଖୁବ୍‍ ଲୋକପ୍ରିୟତା ହାସଲ କରିଥିଲା ଏବଂ ସେ ଧାରା ଏଯାବତ ଚଳି ଆସୁଛି। ପ୍ରଥମ ସଂକଳନର ୨୭ ବର୍ଷ ପରେ,  ୨୦୨୫ ମସିହାରେ ପ୍ରକାଶିତ ଦ୍ଵିତୀୟ ସଂକଳନ, ୨୭ର ବିପରୀତ ୭୨ଟି କବିତାକୁ ନେଇ ପୁଷ୍କଳ। ପୂର୍ବବତ୍ ଏ ସଂକଳନଟି ମଧ୍ୟ ଉଭୟ ଯୁକ୍ତଛନ୍ଦ ଓ ମୁକ୍ତଛନ୍ଦ କବିତାର ଯୁଗଳବନ୍ଦୀ। ସଂକଳନରେ ସ୍ଥାନିତ ପ୍ରତ୍ୟେକ କବିତା ଯଦିଓ ନିଜନିଜ ସ୍ଥାନ, କାଳ, ପାତ୍ର, ସ୍ଵଭାବ ଓ ଶୈଳୀରେ ସ୍ଵତନ୍ତ୍ର, ତନ୍ମଧ୍ୟରୁ  ‘ସ୍ପର୍ଶ’ ଶୀର୍ଷକ କବିତାଟି, ଯଥେଷ୍ଟ ଅଧିକ ଗୁରୁତ୍ୱ ଓ ପ୍ରାସଙ୍ଗିକତା ବହନ କରୁଥିବା ସହଜରେ…

Read More